ବରଗଡ – ଗାନ୍ଧୀ ସ୍ମୃତି ପାଠାଗାର ବରଗଡ଼ ଦ୍ଵାରା ଆୟୋଜିତ ଏକୋଇଶିତମ ବରଗଡ଼ ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ୟାରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର। ସ୍ବର୍ଗତ ବାଲୁଙ୍କେଶ୍ୱର ମିଶ୍ର,ଯିଏ କି ବରଗଡ଼ର ଜଣେ ସୁନାମ ଧନ୍ୟ ବ୍ୟକ୍ତି, ଯାହାଙ୍କ ଅବଦାନ ବରଗଡ଼ର ଶିକ୍ଷା ତଥା ସାମାଜିକ ଉନ୍ନତି ଓ ଅଭିବୃଦ୍ଧ ରେ ଚିର ସ୍ମରଣୀୟ।

ଏହି ଗାରିମାମୟ ଅବସରରେ ମୁଖ୍ୟ ଅତିଥି ଭାବରେ ଭାରତ ବର୍ଷର ବରିଷ୍ଠ ପତ୍ରକାର ରାହୁଲ ଦେବଯୋଗଦେଇ ଥିଲେ। ନିଷ୍ଠା ପରିବାରକୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉପଢୌକନ, ପୁଷ୍ପ ଗୁଚ୍ଛ, ସ୍ମୃତି ଫଳକ, ମାନ ପତ୍ର ଓ ନଗଦ ପାଞ୍ଚ ହଜାର ଟଙ୍କା ସହ “ବାଲୁଙ୍କେଶ୍ୱର ମିଶ୍ର ସ୍ମୃତି ସମ୍ମାନ”ରେ ମୁଖ୍ୟ ଅତିଥି ଓ ଆୟୋଜକଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସମ୍ମାନଟି ବାଲୁଙ୍କେଶ୍ୱର ମିଶ୍ରଙ୍କ ପୌତ୍ର ଡାକ୍ତର ରମାବଲ୍ଲଭ ମିଶ୍ରଙ୍କ ଦ୍ଵାରା ପ୍ରଦତ୍ତ। ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ପ୍ରଦତ୍ତ ଏହି ସମ୍ମାନ ନିଷ୍ଠା ପରିବାର ପାଇଁ ଏକ ସ୍ବତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବ। ଏହି ସମ୍ମାନ ସମାଜ ସେବା କ୍ଷେତ୍ରରେ ନିଷ୍ଠା ପରିବାରକୁ ପ୍ରେରଣା ଦେବା ସହିତ ଉତ୍ସର୍ଗୀକୃତ ମନୋଭାବକୁ ଦ୍ଵିଗୁଣିତ କରିବାରେ ସହାୟକ ହେବ।

