Saturday, April 19, 2025
spot_imgspot_imgspot_img
Homeଅଘଟଣଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସହାୟତା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ ...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସହାୟତା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ ।

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଥୁଆପାଲି ର ଖବରକାଗଜ ବିତରକ ଶୁକ୍ରୁ ଭୂଏ ଗତ ନଭେମ୍ବର ୪ ତାରିଖରେ ବାଇକରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କର ଅବସ୍ଥା ଗୁରୁତର ହେବାପରେ ତାଙ୍କୁ ବୁର୍ଲା ମେଡିକାଲ୍ କୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାପରେ ତାଙ୍କୁ ନର୍ସିଂ ହୋମରେ ଭର୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ବିଜୁ ସ୍ୱାସ୍ଥ୍ୟ କାର୍ଡ ର ସବୁ ଟଙ୍କା ସରିଯାଇଛି।

ଏବେ ଭେଣ୍ଟିଲେଟର ରେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କର ଘର ଲୋକଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି। ଘରେ ଯାହା ମୂଲ୍ୟ ସାମଗ୍ରୀ ବିକ୍ରି କରି ସାରିଲେଣି,ବର୍ତମାନ ଆର୍ଥିକ ଅନାଟନରେ ଗତି କରୁଛନ୍ତି। ଯଦି ତାଙ୍କୁ ସରକାରୀ ସାହାଯ୍ଯ,କୌଣସି ଦାତବ୍ୟ ସଙ୍ଗଠନ,ସହୃଦୟ ବ୍ୟକ୍ତି ସହଯୋଗରେ କଲେ ତାଙ୍କର ଜୀବନ ବଞ୍ଚିଯାଇପାରେ।

ଶୁକ୍ରୁ ଭୂଏଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ଅବସ୍ଥା ରହିଛି,ପତ୍ନୀ ଭାନୁମତୀ ଭୂଏ ସାହାଯ୍ୟ ଆକୁଳ ନିବେଦନ କରିଛନ୍ତି। ସହୃଦୟ ବ୍ୟକ୍ତି ତାଙ୍କର ଷ୍ଟେଟ ବ୍ୟାଙ୍କ ଏକାଉଣ୍ଟ ନମ୍ବର – 35870842742 ଓ IFSC – SBIN0002004 ରେ ସହଯୋଗ ରାଶି ପ୍ରଦାନ କରି ପାରିବେ ।

error: Content is protected !!