Friday, November 29, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟରେ ସାମାଜିକ ଅବେଗିକ ଶିକ୍ଷଣ ଓ ବିକଶିତ ଭାରତ ଉପରେ ଜାତୀୟ ସଂପାନର ଉଦଘାଟନୀ...

ଅଞ୍ଚଳ ମହାବିଦ୍ୟାଳୟରେ ସାମାଜିକ ଅବେଗିକ ଶିକ୍ଷଣ ଓ ବିକଶିତ ଭାରତ ଉପରେ ଜାତୀୟ ସଂପାନର ଉଦଘାଟନୀ ଉତ୍ସବ ।

ପଦ୍ମପୁର – ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ICSSR, ନୂଆଦିଲ୍ଲୀ ଦ୍ଵାରା ପ୍ରାୟୋଜିତ ଜାତୀୟ ସଂପାନ ଅନୁଷ୍ଠିତ ହୋଇଅଛି। ଏହି କାର୍ଯକ୍ରମ ର ପ୍ରାରମ୍ଭରେ ଶ୍ରୀ ପଣ୍ଡା ସମସ୍ତଙ୍କୁ ସ୍ଵାଗତ ଜଣାଇ ବିକଶିତ ଭାରତ ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ସ୍ଵାଗତ ଜଣାଇ ବିକସିତ ଭାରତ ପାଇଁ ଶିକ୍ଷା ର ଭୂମିକା ଉପରେ ଗୁରୁତ୍ବ ଦେଇଥିଲେ। ଶିକ୍ଷା ବିଭାଗୀୟ ମୁଖ୍ୟ ତଥା ସଂପାନ ର ସଂଯୋଜକ ଡଃ ତୁଷାରକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରି ସମସ୍ତଙ୍କୁ ସ୍ଵାଗତ କରିଥିଲେ ।

ସଂପାନର ଆବାହକ ଡଃ ଭେଙ୍କଟେଶ୍ୱର ମେହେର ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ସମ୍ପାନ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଆଞ୍ଚଲିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ପ୍ରଫେସର ଡ. ନିତ୍ୟାନନ୍ଦ ପ୍ରଧାନ ବିଷୟଭିତ୍ତିକ ବକ୍ତା ଭାବରେ ଯୋଗ ଦେଇ ସାମାଜିକ ଓ ଅବେହିକ ବିକାଶ ବିଷୟବସ୍ତୁ କୁ ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସଂଯୋଗ କରି ବିସ୍ଥିନ୍ନ ଭାବନାରେ ବର୍ଣ୍ଣନା କରିଥିଲେ । ଡ.ପର୍ଶୁରାମ ମିଶ୍ର ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଡଃ ମିନକେତନ ପାଠୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବେଦାନ୍ତ ଦର୍ଶନ ପରିପ୍ରେକ୍ଷୀରେ ନିଜର ବକ୍ତବ୍ୟ ରଖିଥିଲେ।

ଦିନ ଦୟାଲ ଉପାଧ୍ୟାୟ ବିଶ୍ଵବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ପ୍ରଫେସର ଧନଞ୍ଜୟ କୁମାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଭାରତୀୟ ଜ୍ଞାନ ପରମ୍ପରା କୁ ସଂଯୋଗ କରି ଉଦାହରଣ ମାଧ୍ୟମରେ ସାମାଜିକ ଓ ଅବେଗୀକ ଶିକ୍ଷଣ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବରେ ପଦ୍ମପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚବନ୍ କୁନାଲ ମୋତିରାମ ଯୋଗ ଦେଇ ଭଗବତ ଗୀତା, ଉପନିଷଦ ଓ ଭାରତୀୟ ଜ୍ଞାନ ପରମ୍ପରା ର ଉଦାହରଣ ଦେଇ ଛାତ୍ରମାନଙ୍କୁ ସାମାଜିକ ଓ ଆବେଗିକ କ୍ଷେତ୍ରରେ ନିଜକୁ ବିକଶିତ କରିବାପାଇଁ ଉତ୍ସାହିତ କରିଥିଲେ।

ଶେଷରେ ସଂପାନ ର ଉପେଦେଶକ ଡଃ ବିରଞ୍ଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ପରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଅଧ୍ୟାପକ ତଥା ଗବେଷକ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ଏହା ପରେ ପରେ ଡଃ ସରୋଜ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା। ଏହି ସଂପାନକୁ ବିଭାଗୀୟ ଅଧ୍ୟାପିକା ସୁଶ୍ରୀ ସସ୍ମିତା ମେହେର ପରିଚାଳନା କରିଥିଲେ। ଏହି କାର୍ଯକ୍ରମରେ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଖଗେଶ୍ବର ଦାସ, ନବ କୃଷ୍ଣ ମିଶ୍ର, ପ୍ରଭାତ ମହାପାତ୍ର, ତାରା ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ଡଃ ସରୋଜ କୁମାର ନାୟକ, ସନ୍ତୋଷ କୁମାର ମିଶ୍ର, ତାପିନୀ ପଣ୍ଡା, ଝୁନୁ ପରିଡ଼ା, ଶର୍ମିଲା ପଣ୍ଡା, ପୂର୍ଣ୍ଣିମା ଦୋରା ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସମସ୍ତେ ଅଂଶଗ୍ରହଣ କରି ସହଯୋଗ କରିଥିଲେ।

error: Content is protected !!