Friday, November 29, 2024
spot_imgspot_imgspot_img
Homeରାଜ୍ୟଛିନ୍ଦେଇକେଲା ଗ୍ରାମରେ ବ୍ଲକ ସ୍ତରୀୟ ସିଲେଇ ତାଲିମ ଶିବିର ।

ଛିନ୍ଦେଇକେଲା ଗ୍ରାମରେ ବ୍ଲକ ସ୍ତରୀୟ ସିଲେଇ ତାଲିମ ଶିବିର ।

ପାଇକମାଲ-ମହିଳା ମାନେ କିଭଳି ସ୍ବାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରିପାରିବେ ସେଥି ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ମିଶନ ଶକ୍ତି ବ୍ଲକ ସ୍ତରୀୟ ମହାସଂଘ ମାନଙ୍କ ମାଧ୍ୟମରେ ବିଭିନ୍ନ ବ୍ଲକ ମାନଙ୍କରେ ମହିଳା ମାନଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଉଛି । ତାଲିମ ନେବା ପରେ ମହିଳା ମାନେ କିଭଳି ତାକୁ କାମରେ ଲଗେଇ ପାରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ମହସଂଘକୁ ଦାୟିତ୍ଵ ଦିଆଯାଇଛି । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଗ୍ରାମରେ ବ୍ଲକ ସ୍ତରୀୟ ସିଲେଇ ତାଲିମ ଶିବିର ଆୟୋଜିତ ହେଉଛି ।

ଏହି ଶିବିର ଓଡ଼ିଶା ମିଶନ ଶକ୍ତି ଆନୁକୁଲ୍ୟରେ ସାଧନା ବ୍ଲକ ସ୍ତରୀୟ ମିଶନ ଶକ୍ତି ମହାସଂଘ ,ପାଇକମାଲ ତରଫରୁ ଆୟୋଜିତ ହେଉଛି । ଶିବିରଟି ଗତ ନଭେମ୍ବର ଚାରି ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ମାସ ତିନି ତାରିଖ ଅର୍ଥାତ୍ ଏକ ମାସ ଧରି ଚାଲିବ । ଏହି ଶିବିରରେ ଦୁଇ ଗୋଟି ଗ୍ରୁପରେ ମୋଟ ୬୦ ଜଣ ମହିଳା ସିଲେଇ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ଶିବିର ମହାସଂଘର ସଭାନେତ୍ରୀ ଜାହ୍ନବୀ ପଟ୍ଟନାୟକଙ୍କ ନେତୃତ୍ଵରେ ଏବଂ ହେମଲତା ସାହୁଙ୍କ ପରିଚାଳନାରେ ଚାଲୁଥିବା ବେଳେ ରିନା ସାହୁ ମହିଳା ମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି ।

ଆମେ ଏହି ଶିବିରରେ ସିଲେଇ ତାଲିମ ଗ୍ରହଣ କରି ନିଶ୍ଚିତ ଭାବେ ଆତ୍ମନିର୍ଭରଶୀଳ ହେବ ସହ ଆମେ ପରିବାର ପ୍ରତିପୋଷଣ କରିପାରିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ତାଲିମ ଗ୍ରହଣକାରି ମହିଳା । ଏହି ତାଲିମ ଶିବିରରେ ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ରବି ଶଙ୍କର ନାଏକ , ଡିଇଓ ସଂଗୀତା ରଣା ଓ ମିଶନ ଶକ୍ତି ମହାସଂଘର ଲାବଣ୍ୟବତି ସାହୁ ପ୍ରମୁଖ ଙ୍କ ସହ ସମସ୍ତ ତାଲିମ ଗ୍ରହଣକାରି ମହିଳା ଉପସ୍ଥିତ ରହିଥିଲେ ।

error: Content is protected !!