Saturday, March 7, 2026
Homeଅଘଟଣବଡ଼ଡକଲାରେ ମରଣାନ୍ତକ ଆକ୍ରମଣ, ୨ ଗୁରୁତର।

ବଡ଼ଡକଲାରେ ମରଣାନ୍ତକ ଆକ୍ରମଣ, ୨ ଗୁରୁତର।

ତୁରେକେଲା – ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଡ଼ଡକଲା ଗାଁ ରେ କୁଣ୍ଡାବରା କାର୍ଯ୍ୟକ୍ରମ ରେ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ଯ ଯେ ପାଇକମାଳ ଥାନା ଅନ୍ତର୍ଗତ ଡୁଡକିଝେର ଗାଁର ଭିମ ମାଝୀ, ଏବଂ ତାଙ୍କ ଜଣେ ସମ୍ପର୍କୀୟ ବୁଧବାର ବଡ଼ଡକଲା ଗାଁ ର ଦଶର ମାଝୀ ଙ୍କ ଝିଅ କୁଣ୍ଡାବରା କାର୍ଯ୍ୟକ୍ରମ କୁ ଆସିଥିଲେ।

ସେହି ଗାଁର ନରେନ୍ଦ୍ର ମାଝୀ ପୂର୍ବ ଶତ୍ରୁତା କୁ ନେଇ ଭିମ ମାଝୀ, ଏବଂ ତାଙ୍କ ଜଣେ ସମ୍ପର୍କୀୟ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ତୁରେକେଲା ଥାନା ରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉଭୟ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ତୁରେକେଲା ଡାକ୍ତରଖାନ ରେ ସେମାନଙ୍କ ଚିକିତ୍ସା ଚାଳିଛିଥିବା ଜଣାପଡିଛି।

error: Content is protected !!