ପାଇକମାଲ(ବିଦ୍ୟାଧର ସାହୁ)-ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପରେ ଏଲ.ଟି.ଆଇ ମାଇଣ୍ଡ୍ରି ଟ୍ରୀ ଓ ମହାଶକ୍ତି ଫାଉଣ୍ଡେସନ ଅନୁକଲ୍ୟାରେ ତିନି ଦିନ ଧରି ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା l ଉକ୍ତ ସ୍ୱାସ୍ଥ୍ୟ ଶିବିରକୁ ଜାମସେଠ ସରପଞ୍ଚ ଆର୍ତତ୍ରାଣ ସାହୁ ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇ ପୁରନ୍ଦର ମାଝୀ, ଡ଼ ଦେବଦତ୍ତ ମହାନ୍ତି, ଓ କମ୍ପୁଟର ପରୀକ୍ଷା ପାଇଁଁ ପ୍ରତ୍ୟୁଷ କୁମାର ମହାନ୍ତି,ରକ୍ତ ପରୀକ୍ଷା -ସୋହନ ରଥ,
ଓ ସ୍ୱାସ୍ଥ୍ୟ ଏଟିଏମ୍ ପରିଚାଳକ -ଗଣେଶ କୈଣ୍ଡ ଓ ମହାଶକ୍ତି ଫାଉଣ୍ଡେସନର ସ୍ୱାସ୍ଥ୍ୟ ବିଶେଷଜ୍ଞା ପ୍ରଜ୍ଞାରାଣୀ ବାରିକ,ସମ୍ମନିତ ଗ୍ରାମ୍ୟ ବିକାଶ ଯୋଜନାର ବ୍ଲକ ସଂଯୋଜକ ଶ୍ରୀ ହାରାଧନ ବରିହା, ଅତିରିକ୍ତ ବ୍ଲକ ସଂଯୋଜକ ଅଜିତ କୁମାର ପୁଟା, ପବିତ୍ର ଭୋଇ,ନଟବର ପ୍ରଧାନ , ରିତୁ ସାହୁ, ତିଲୋତ୍ତମା ବରିହା, ସାବିତ୍ରୀ ସାହୁ,ଦିଲ୍ଲୀପ କଲେତ ଓ ବିଶେଷ ସହଯୋଗରେ ପଲ୍ଲବୀ ରଣା ପରିଚାଳନା କରିଥିଲେ।ଉକ୍ତ ଶିବିରରେ ପାଞ୍ଚ ଗୋଟି ଗ୍ରାମପଞ୍ଚାୟତର ୨୦୦ ଜଣଙ୍କ ୧୫ରୁ ଉର୍ଦ୍ଧ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା,
ଯଥା -ରକ୍ତହୀନତା, ବିପି,ସୁଗର, ହିମୋଗ୍ଳୋବିନ, ଓଜନ ଓ ଶରୀର ଅନୁଯାଇ ଅବଶ୍ୟକ ଓଜନ କମ, ବେଶୀ ଓ ତାର ପ୍ରତିକାର ଉପାୟ ଓ ଦୈନିକ ଆବଶ୍ୟକ ଖାଦ୍ୟ ପେୟ ସାବଧାନତା ଉପରେ ଉପସ୍ଥିତ ସ୍ୱାସ୍ଥ୍ୟ ବିଶେଷଜ୍ଞା ପ୍ରଜ୍ଞା ରାଣୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ତିନି ଦିନି ଧରି ଗାଁ ସ୍ତରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ପରୀକ୍ଷା ମହାଶକ୍ତି ଫାଉଣ୍ଡେସନ ଓ ଏଲ. ଟି. ଆଇ ମାଇଣ୍ଡ. ଟ୍ରୀ ଦ୍ୱାରା ଆୟୋଜିତ ହୋଇଥିବାରୁ ସମସ୍ତ ଅଞ୍ଚଳବାସି ଖୁସିବ୍ୟକ୍ତ ସହ ମହାଶକ୍ତି ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି।