Saturday, March 7, 2026
Homeରାଜ୍ୟଜଳମିତ୍ର ମାନଙ୍କ ପ୍ରଶିକ୍ଷଣ ଶିବିର।

ଜଳମିତ୍ର ମାନଙ୍କ ପ୍ରଶିକ୍ଷଣ ଶିବିର।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପରେ ନିୟୋଜିତ ଜଳମିତ୍ରଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଡ଼ିଓ ସୁମନ୍ତ ମିଞ୍ଜ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ।

ପରେ ଶିବିରରେ ଓ୍ବାଲମୀ ତରଫରୁ ଅଖଣ୍ଡେଶ୍ବର ଅମାତ ଓ ଗୀତାଞ୍ଜଳି ପ୍ରଧାନ ସାଧନ ପ୍ରଶିକ୍ଷକ ଭାବେ ଯୋଗଦେଇ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ମେଟ,ଏସିଏମ ଓ ଗୋଷ୍ଠୀ ସ୍ବୟଂସହାୟକ ମହିଳା ମାନଙ୍କୁ ବିଶୁଦ୍ଧ ଭାବରେ ଜଳର ପରିଚାଳନା ଏବଂ ଜଳକୁ କିପରି ସଞ୍ଚୟ କରି ଚାଷ କାର୍ଯ୍ୟରେ ଲଗାଇ ଉପଯୋଗୀ କରାଯାଇପାରିବ ଏ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।

ଅତିରିକ୍ତ କାର୍ଯ୍ଯକ୍ରମ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ କର୍ମଶାଳାକୁ ପରିଚାଳନା କରିଥିବାବେଳେ କର୍ମଶାଳାରେ ଯୋଗ ଦେଇଥିବା ଜଳମିତ୍ର ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଆଗାମୀ ୨୭ ତାରିଖ ରୁ ୩୦ ତାରିଖ ମଧ୍ୟରେ ଆହୁରି ଦୁଇଟି ଜଳମିତ୍ର ବ୍ୟାଚକୁ ପ୍ରଶିକ୍ଷଣ ଦିଆଯିବ ବୋଲି ବିଡ଼ିଓ ଶ୍ରୀ ମିଞ୍ଜ ସୂଚନା ଦେଇଛନ୍ତି।

error: Content is protected !!