Tuesday, November 26, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରପାଲିରେ ପ୍ରୟୋଗ ପ୍ରଶିକ୍ଷଣ ଶିବିର l

ବରପାଲିରେ ପ୍ରୟୋଗ ପ୍ରଶିକ୍ଷଣ ଶିବିର l

ବରପାଲି-ବରପାଲି ବ୍ଲକ ଗଙ୍ଗାଧର ଏନ ଏ ସି ହାଇସ୍କୁଲ ପରିସରରେ ପାଞ୍ଚଟି ପର୍ଯ୍ୟାୟରେ ତ୍ରି ଦିବସୀୟ ପ୍ରୟୋଗ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉତଯାପିତ ହୋଇଯାଇଛି l ଏ ବି ଇ ଓ ଦୁର୍ୟୋଧନ ସିଂ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ l ଏ ସି ଆର ସି ସି କ୍ଷେତ୍ର ମେହେର,ମିଥୁନ ସାହୁ,ବିନୟ ଭୋଇ,ଅଶୋକ ସାହୁ,ସରୋଜ ଦାଶ, ରବି ନାରାୟଣ ମହାପାତ୍ର, ରାଜେନ୍ଦ୍ର ମେହେର, ଶ୍ରୀନିବାସ ପଧାନ,ଉତ୍ତମ ଦେହୁରୀ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ l

ଶିବିରରେ ଶିକ୍ଷାର୍ଥୀ ମାନଙ୍କୁ ତୃତୀୟ ଶ୍ରେଣୀ ଉର୍ତ୍ତିର୍ଣ୍ଣ ହେବା ବେଳକୁ ନିପୁଣ କରିବା ପାଇଁ କି ଭଲି ଶିକ୍ଷାଦାନ ପନ୍ଥା ଯଥା ଭାଷା ଶିକ୍ଷଣ ପାଇଁ ମୌଖିକ ଭାଷା ର ବିକାଶ, ଡିକୋଡିଂ, ପଠନ ଓ ଲିଖନ, ପୁଣି ସଂଖ୍ୟା ଜ୍ଞାନ ପାଇଁ ସି ଆର ଏ, ଇ ଏଲ ପି ଏସ ପଦ୍ଧତି ସହ ୫ଇ ଓ ୩ସି ମୋଡେଲ ରେ ଶିକ୍ଷାଦାନ ଦିଆ ଯିବ ସେ ସଂପର୍କ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l

ବିଭିନ୍ନ ପର୍ଯ୍ୟାୟରେ ଆୟୋଜିତ ପ୍ରଶିକ୍ଷଣ ଶିବିର ରେ ବ୍ଲକ ର ୧୪ଟି କ୍ଲଷ୍ଟର ରୁ ମୋଟ ୨୨୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଇଥିଲେ ଯାହା ଆଗାମୀ ଦିନ ରେ ନିଜ ନିଜ ସ୍କୁଲ ରେ ତାହାକୁ ଆଧାର କରି ଶିକ୍ଷାଦାନରେ ପ୍ରୟୋଗ କରିବେ l ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ ସାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଯାପନୀ ସମାରୋହ ରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରଙ୍କ ସହ ଏ ବି ଇ ଓ ରତ୍ନାକର ଭୋଇ ଓ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ l

ପରିଚାଳନା ରେ ସି ଆର ସି ସି ଅନୀଲ ଦାଶ,ବି ଆର ଟି ମୁକୁନ୍ଦ ମେହେର, ତୁଲାରାମ, ସଞ୍ଜୟ ସାହୁ ଓ ସୁଦାମ ମେହେର ସହଯୋଗ କରିଥିଲେ l ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ରାଉତ ସାର ଉକ୍ତ ପ୍ରଶିକ୍ଷଣ ର ସାର୍ଥକତା ଯାହା ଶିକ୍ଷକ ଙ୍କ ମନ ରେ ଉତ୍ଜୀବିତ କରିଛି ତାହା ନିଶ୍ଚିତ ରୂପେ ସ୍କୁଲ ରେ ପ୍ରତିଫଳିତ ହେବ କହି ସମସ୍ତ ଆର ପି ସାର,ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଷ୍ଟାଫ୍ ଙ୍କ ପ୍ରଶଂସା ସହ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!