Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ।

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ।

ପଦ୍ମପୁର-ସ୍ଥାନୀୟ ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ବରେ ସମ୍ବିଧାନ ପ୍ରଣେତା ଭୀମରାଓ ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ର ରେ ଧୂପ ଦୀପ ସହ ପୁଷ୍ପମାଲ୍ୟ ଅର୍ପଣ କରି ୭୫ ତମ ସମ୍ବିଧାନ ଦିବସ ପାଳନ କରା ଯାଇଛି।

ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବିଧାନ ଦିବସ ର ବାର୍ତ୍ତା ଶୁଣାଇଥିଲେ। ଶିକ୍ଷକ ତ୍ରିଲୋକେଶ ବରିହା ଭାରତସମ୍ବିଧାନର ପ୍ରସ୍ତାବନା ର ଶପଥ ପାଠ କରାଇଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ସଭାରେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

error: Content is protected !!