Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପୁସ୍ତକମେଳା ଅବସରରେ ଆଧ୍ୟାତ୍ମିକ ଆଲୋଚନା ।

ପୁସ୍ତକମେଳା ଅବସରରେ ଆଧ୍ୟାତ୍ମିକ ଆଲୋଚନା ।

ବରପାଲି-ବରଗଡ ଗାନ୍ଧୀ ସ୍ମୃତି ପାଠାଗାର ଯକ୍ଷରୁ ଆୟୋଜିତ ଏକ ବିଂଶ ତମ ପୁସ୍ତକ ମେଳାରେ ଯୋଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ପ୍ରତିଷ୍ଠାନ ବରପାଲି ଦ୍ବାରା ଆଧ୍ୟାତ୍ମିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ରବିବାର ସଂଧ୍ୟାରେ ଭାରତର ହିନ୍ଦୁ ଧର୍ମର କେତୋଟି ଶ୍ରେଷ୍ଠ ବ୍ୟକ୍ତିତ୍ୱ ମାନଙ୍କ ସମ୍ବନ୍ଧରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ପ୍ରଭୁ ଶରଣାଗତ ଆନନ୍ଦଙ୍କ ଦ୍ବାରା ମହର୍ଷି ପାତଞ୍ଜଳିଙ୍କ ବିଷୟରେ ଉଚ୍ଚକୋଟୀର ବିଜ୍ଞାନ ସମ୍ମତ ଅଭିଭାଷଣ ଦେଇଥିବା ବେଳେ ଆଚାର୍ଯ୍ୟ ଶେଷଦେବ ବେହେରାଙ୍କ ଦ୍ବାରା ମହର୍ଷି କଣଦ ବିଷୟରେ ବକ୍ତବ୍ୟ ରଖିଥିଲେ।

ସେହିପରି ସାଧକ ବଳବନ୍ଧଙ୍କ ଦ୍ବାରା ମହର୍ଷି ଅଥର୍ବାଙ୍କ ବିଷୟରେ, ସାଧକ ଅମୃତଲାଲଙ୍କ ଦ୍ବାରା ମହାତ୍ମାଗାନ୍ଧୀଙ୍କ ବିଷୟରେ, ସାଧକ ପ୍ରକାଶଙ୍କ ଦ୍ବାରା ଦେଶପ୍ରେମୀ ଭଗତ ସିଂଙ୍କ ବିଷୟରେ, ସାଧକ ରାଜାରାମଙ୍କ ଦ୍ବାରା ସ୍ବାମୀ ବିବେକାନନ୍ଦଙ୍କ ବିଷୟରେ ଓ ସାଧକ ମହେନ୍ଦ୍ରଙ୍କ ଦ୍ବାରା ପ୍ରଭୁ ରାମକୃଷ୍ଣ ପରମହଂସଙ୍କ ବିଷୟକୁ ନେଇ ଆଲୋଚନା ମାନ କରିଥିଲେ।

ଏହି ଅବସରରେ ପ୍ରଭୁ ଶରଣାଗତ ଆନନ୍ଦଙ୍କ ସ୍ବରଚିତ ଜନ୍ମଭୂମି ଭାରତ (ମହାକାବ୍ୟ) ଓ ମାର୍ଜିତ ହିନ୍ଦୁ ଧର୍ମର ଯଥାର୍ଥ ସ୍ବରୂପ ପୁସ୍ତକଦ୍ବୟ ଗୁରୁଜୀ, ଆଚାର୍ଯ୍ୟ ଓ ଗାନ୍ଧୀ ସ୍ମୃତି ପାଠାଗାରର ସଦସ୍ୟ ମାନଙ୍କ ଗହଣରେ ଉନ୍ମୋଚନ କରାଯାଇଥିଲା।

error: Content is protected !!