Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଲରମ୍ଭା କଲେଜରେ ଇତିହାସ ବିଭାଗର ପାଠଚକ୍ର ।

ଲରମ୍ଭା କଲେଜରେ ଇତିହାସ ବିଭାଗର ପାଠଚକ୍ର ।

ଅତାବିରା-ଅତାବିରା ବ୍ଲକ୍ ସ୍ଥିତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା କଲେଜଠାରେ ଇତିହାସ ବିଭାର ଏକ ସ୍ବତନ୍ତ୍ର ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି । କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ ଆଲୋଚକ ଭାବରେ ପାର୍ବତୀଗିରି ମହାବିଦ୍ୟାଳୟ, ମହୁଲପାଲି ,ଫୁଲଝରନର ବରିଷ୍ଠ ଅଧ୍ୟାପକ ଡଃ ସରୋଜ କୁମାର ପଣ୍ଡା ଓ ସେବାନିବୃତ ଅଧ୍ୟକ୍ଷ ସୂରଜମଲ କଲେଜ ରମ୍ପେଲା, ରେଙ୍ଗାଲିର ଶ୍ରୀ ଯୁକ୍ତ ସୁଜିତ କୁମାର ସେନ ଯୋଗ ଦେଇଥିଲେ।

ଆୟୋଜିତ ପାଠଚକ୍ରରେ ବିଭାଗମୁଖ୍ଯ ଡଃ ଅନ୍ତର୍ଯ୍ୟାମୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଶ୍ରୀ ସିଦ୍ଧେଶ୍ବର ପ୍ରଧାନ ପାଠଚକ୍ର ପରିଚାଳନା କରିଥିଲେ । ଏଥିରେ ଛାତ୍ରୀ ସୁନୀତା ହୋତା, ପ୍ରିୟା ସାହାନୀ, ଛାତ୍ର ଆର୍ୟ୍ୟନ ସାହୁ,ଅମିତ ସିଂ ନିଜନିଜର ପ୍ରବନ୍ଧ ପାଠ କରିଥିଲେ । ଶେଷରେ ଅଧ୍ୟାପିକା ରୁଚିତା ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମହାବିଦ୍ଯାଳୟର ଅଧ୍ୟାପକ ମନୋରଂଜନ ତ୍ରିପାଠୀ , ପ୍ରଦୀପ କୁମାର ପଣ୍ଡା, ପବିତ୍ର କୁମାର ମାହାଣା, ଅଧ୍ୟାପିକା ବୀଣା ମେହେର, ଯଶୋବନ୍ତୀ ସା ସମେତ ସମସ୍ତ କର୍ମଚାରୀ ଓ ବିଭାଗର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

error: Content is protected !!