Saturday, November 23, 2024
spot_imgspot_imgspot_img
Homeରାଜ୍ୟଅତାବିରା ବ୍ଲକରେ ଶିକ୍ଷା ବିଭାଗ ତରଫରୁ ଏଡ୍ୟୁସ୍ କାର୍ଯ୍ୟକ୍ରମ ଉଦଘାଟିତ ।

ଅତାବିରା ବ୍ଲକରେ ଶିକ୍ଷା ବିଭାଗ ତରଫରୁ ଏଡ୍ୟୁସ୍ କାର୍ଯ୍ୟକ୍ରମ ଉଦଘାଟିତ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଳକ୍ ଅନ୍ତର୍ଗତ ସରକାରୀ ଜନତା ଉଚ୍ଚ ବିଦ୍ୟାଳୟ ଗୋଡ଼ଭଗା ଠାରେ ଚଳିତ ଶିକ୍ଷାବର୍ଷରେ ଦଶମ ଶ୍ରେଣୀରେ ପଢୁଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଦଶମ ବାର୍ଷିକ ବୋର୍ଡ ପରୀକ୍ଷାରେ ଏ ୱାନ୍ ହାସଲ ପାଇଁ ଦିଗଦର୍ଶନ ଦେବା ନିମନ୍ତେ ଏକ ନୂତନ ପ୍ରୟାସ ଏଡ୍ୟୁସ୍ (Educe) କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ସ୍ଥାନୀୟ ପ୍ରଧାନ ଶିକ୍ଷକ ଅଦନ ସୁନା, ଅତାବିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରିପାଲ, ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ ।

ଏହା ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବ୍ଲକ୍ ର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମ ନଭେମ୍ବର ୨୩ ତାରିଖରୁ ତା ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ । ପିଲାମାନଙ୍କୁ ସବୁ ବିଷୟରେ ମାର୍ଗଦର୍ଶନ ତଥା ସନ୍ଦେହ ଦୂରୀକରଣ ପାଇଁ ବ୍ଲକ୍ ର ଉଚ୍ଚ ବିଦ୍ୟାଳୟର ଅଭିଜ୍ଞ ବିଷୟଗତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାଧନକର୍ମୀ ଭାବେ ଦାୟିତ୍ଵ ନିର୍ବାହ କରାଯାଇଅଛି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକର ସି.ଆର.ସି.ସି. ସହଯୋଗ କରିଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ପାଇଁ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

error: Content is protected !!