Tuesday, December 3, 2024
spot_imgspot_imgspot_img
Homeଅଘଟଣପୁଣି ଚର୍ଚ୍ଚାରେ ପାଟଣାଗଡ଼ ରେଞ୍ଜ : ସ୍ଥାନୀୟ ବଦଳରେ ଲୋଇସିଂହା ରେଞ୍ଜ କର୍ମଚାରୀଙ୍କ ଚଢ଼ାଉ।

ପୁଣି ଚର୍ଚ୍ଚାରେ ପାଟଣାଗଡ଼ ରେଞ୍ଜ : ସ୍ଥାନୀୟ ବଦଳରେ ଲୋଇସିଂହା ରେଞ୍ଜ କର୍ମଚାରୀଙ୍କ ଚଢ଼ାଉ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନ ଅଂଚଳରେ ବେଆଇନ ଖଇର କାଠ ଚୋରାଚାଲାଣ କମିବାର ନାଁ ନେଉନି। କାଠ ମାଫିଆ ଖୁଲମ ଖୁଲା ଖଇର କାଠ ଚୋରାଚାଲାଣ କରୁଛନ୍ତି। ମଙ୍ଗଳବାର ଲରମ୍ଭା ରେଞ୍ଜ ଅଫିସ ଠାରୁ ଅନତି ଦୂରରେ ବ୍ରାହ୍ମଣିପାଳି ଜଙ୍ଗଳରୁ କାଠ ମାଫିଆ ଖଇର କାଠ କାଟୁଥିବା ବଲାଙ୍ଗିର ଡ଼ିଏଫଓଙ୍କ ନିକଟକୁ ଖବର ପହଞ୍ଚିଥିଲା। ଡ଼ିଏଫଓ ସ୍ଥାନୀୟ ରେଞ୍ଜ ଅଧିକାରୀଙ୍କ ବଦଳରେ ଲୋଇସିଂହା ରେଞ୍ଜ ଫରେଷ୍ଟରଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଲୋଇସିଂହା ରେଞ୍ଜ କର୍ମଚାରୀ ଉକ୍ତ ଜଙ୍ଗଲରେ ଯାଞ୍ଚ କରିଥିଲେ।

ପାହାଡ଼ ଉପରେ କିଛି ଖଇର ଓ କେନ୍ଦୁ ଗଣ୍ଡି କଟାଯାଇଥିବା ଦେଖିବାକୁ ପାଇଥିଲେ। ପରେ ଖବରଲେଖାହେବ ପର୍ଯ୍ୟନ୍ତ ସ୍ଥାନୀୟ ଲରମ୍ଭା ରେଞ୍ଜ କର୍ମଚାରୀ ଉକ୍ତ ଜଙ୍ଗଳକୁ ଯାଇଥିବା ଜଣାପଡିଛି। ଅନ୍ୟ ପଟେ ସ୍ଥାନୀୟ ରେଞ୍ଜର ଓ ଫରେଷ୍ଟର ସ୍ଥାନୀୟ ଅଂଚଳର କାଠ ମାଫିଆ ଙ୍କ ସହ ସମ୍ପର୍କ ରଖି କାଠ ଚୋରାଚାଲାଣ ରେ ସହଯୋଗ କରୁଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଡ଼ିଏଫଓ ସ୍ଥାନୀୟ ରେଞ୍ଜ କର୍ମକର୍ତ୍ତା ଙ୍କୁ ନ କହି ଲୋଇସିଂହା ରେଞ୍ଜ କର୍ମଚାରୀଙ୍କୁ ଲରମ୍ଭା ସେକ୍ସନ କୁ ପଠାଇବା ଖୋଦ ଡ଼ିଏଫଓ ମଧ୍ୟ ପାଟଣାଗଡ଼ ରେଞ୍ଜ କର୍ମଚାରୀଙ୍କ ଉପରେ ଭରସା ରଖୁନଥିବା ସ୍ପଷ୍ଟ ପ୍ରମାଣିତ ହେଉଛି।

ଅପରପକ୍ଷରେ ଲରମ୍ଭା ସେକ୍ସନ ଫରେଷ୍ଟର ସ୍ଥାନୀୟ ତଥା କୁତମୁଣ୍ଡା ଅଂଚଳର ହୋଇଥିବାରୁ ସ୍ଥାନୀୟ କାଠ ମାଫିଆଙ୍କ ସହିତ ସୁସମ୍ପର୍କ ରଖି ବେଆଇନ କାଠ ଚୋରାଚାଲାଣ କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟଯେ ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନ ଅଂଚଳରେ କାଠ ମାଫିଆ ନିତିଦିନିଆ କାଠ ଚୋରାଚାଲାଣ କରୁଥିବା ଖବର ଆସୁଛି କିନ୍ତୁ ବନ ବିଭାଗ ଉକ୍ତ କାଠ ମାଫିଆ ଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ। ପାଟଣାଗଡ଼ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ଓ ଲରମ୍ଭା ଫରେଷ୍ଟର ବିରଞ୍ଚି କୁମ୍ଭାର ଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି।

error: Content is protected !!