ବରପାଲି-ବରପାଲି ବ୍ଲକ ଲୋକକଳା ଗ୍ରାମ କୁମ୍ଭାରୀ ବାଗପଡା ଭାଗବତ ମନ୍ଦିର ପ୍ରତିଷ୍ଠାତ୍ସବ ଶୁଭାରମ୍ଭ ହୋଇଯାଇଛି। ସୋମବାରରୁ ଆସନ୍ତା ତିନିଦିନ ପର୍ଯ୍ଯନ୍ତ ଆୟୋଜନ ପରିଚାଳିତ ହୋଇଥିଲା। ମହୋତ୍ସବ ଅବସରରେ ପୂଜା ମଣ୍ଡପରୁ ଏକ କଳସ ଶୋଭାଯାତ୍ରାରେ ବାହାରି କାଳେଶ୍ୱର ମନ୍ଦିର ବାଟ ଦେଇ ଜାମପଡା କୃଷ୍ଣଗୁରୁ ପଡାରେ ପହଞ୍ଚିଥିଲେ। ପରେ ଜଗନାଥ ମନ୍ଦିର ପ୍ରାଙ୍ଗଣ ହୋଇ ବନ୍ଧପଡା ବାଟ ଦେଇ ବଡବନ୍ଧରୁ ପାଣିଆଣି ପୂଜା ମଣ୍ଡପରେ କୁମ୍ଭ ମାନ ଉପବେଶନ କରିଥିଲେ l ପୂଜାକର୍ତ୍ତା ଭାବରେ ଟିକୁନ ବେହେରା ଓ ଧର୍ମପତ୍ନୀ ମୌସୁମୀ ବେହେରାଙ୍କ ନେତୃତ୍ୱରେ ମହିଳା ଓ ପୁରୁଷ ଭକ୍ତ ମାନେ ଶୋଭିଯାତ୍ରାରେ ଯୋଗ ଦେଇଥିଲେ l

ପରିଚାଳନାରେ ଜୟପ୍ରକାଶ ବେହେରା,ନିକୁ ବାଗ,ସଚିନ ବେହେରା,କୃଷ୍ଣ ଚନ୍ଦ୍ର ସାହୁ,ବାଳମୁକୁନ୍ଦ ସେଠ,ଆକାଶ ଭୋଇ, ବିମଳ ସାହୁ,ଅଜିତ ଦୁଆରୀ,ପପୁନ ବେହେରା, ଜିତୁ ସାହୁ ଆଦି ପଡ଼ାବାସୀ ସହାୟତା କରିଥିଲେ। ଏହି ଅବସରରେ ସୋମବାର ସନ୍ଧ୍ୟାରେ ବାଘହାଣ୍ଡିର ଶ୍ରୀୟା ଭୋଇଙ୍କ ପାରାୟଣ ଆୟୋଜନ ହୋଇଥିବା ବେଳେ ଦ୍ବିତୀୟ ଦିନ ସନ୍ଧ୍ୟାରେ ଲେବିଡିର ଚଟଣି ମାଷ୍ଟରର ଡେନ୍ସ ଡେନ୍ସ ଓ ତୃତୀୟ ଦିବସ ସକାଳ ସମୟରେ ସୁରଜ ଦେବତାଙ୍କ ପାରାୟଣ ସହ ରାତ୍ର ସମୟରେ ବିଶ୍ୱ ଭାରତୀ ଅପେରା ବାଞ୍ଝିପାଳି ନାଟକ ପରିବେଷଣ ହେବ ବୋଲି କମିଟି ପକ୍ଷରୁ ସୁଚିତ ହୋଇଥିଲା l

