Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରମକେଲା ପଞ୍ଚଦିବସିୟ ରାସପୂର୍ଣ୍ଣମୀ ଯାତ୍ରା ଉଦଯାପିତ ।

ବରମକେଲା ପଞ୍ଚଦିବସିୟ ରାସପୂର୍ଣ୍ଣମୀ ଯାତ୍ରା ଉଦଯାପିତ ।

ବରପାଲି-ବରପାଲି ବ୍ଲକ ବରମକେଲା ଜିରାନଦୀ କୂଳରେ ଆୟୋଜିତ ପଞ୍ଚଦିବସିୟ ରାସ ପୁର୍ଣ୍ଣମୀ ମହୋତ୍ସବ ସମାପନ ହୋଇଯାଇଛି। ସୋମବାର ଉଦଯାପନୀ ଉତ୍ସବରେ ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାଜିବୀ କଳା ପରିଷଦ ଦୁଲୁଦୁଲି ଏବଂ ବାରପାହାଡ଼ କଳା ପରିଷଦ ଭଟଲି ର ଦୁଲୁଦୁଲି ( ସ୍କୁଲ୍ ଛାତ୍ର ଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ) ବ୍ରଜେଶ୍ବରୀ ଡ଼୍ୟାନ୍ସ ଗୃପ ସମେତ ଅପେରା ଏବଂ ଗାହାକ ବାହାକ , ବିଶେଷ ଆକର୍ଷଣ ମିନା ବଜାର ପ୍ରଭୁତି କାର୍ଯ୍ଯକ୍ରମ ମାନ ସ୍ଥାନ ପାଇଥିଲା । ଏହି ଅବସରରେ ବରମକେଲା ଗୈାନ୍ତିଆ ତଥା ସରପଞ୍ଚ କ୍ଷିରୋଦ୍ର ପଧାନ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଯାତ୍ରା କମିଟି ସଭାପତି ସନାତନ ପଧାନଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ସଂପାଦକ ସୁଧିର ରଣା ସ୍ବାଗତ ଜଣାଇଥିଲେ।ସମ୍ମାନିତ ଅତିଥି ଭାବରେ ଗମ ବାଗ୍ , ମାଧବ ସାହୁ , ବଳରାମ ପଧାନ , ରବି ପଧାନ, ହେମନ୍ତ ପଧାନ, ସୁଦାମ ପୋଢ , ରଜତ ପଧାନ , ମାନଭଞ୍ଜନ ପଧାନ ପ୍ରମୁଖ ମଞ୍ଚାସିନ ହୋଇଥିଲା। ପରିଚାଳନାରେ କମିଟି ସଦସ୍ୟ ମାନଙ୍କ ସମେତ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ । ପ୍ରତିଦିନ ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକ ତଥା ସଂସ୍କୃତିପ୍ରେମୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

error: Content is protected !!