Saturday, March 7, 2026
Homeରାଜ୍ୟମହିଳା ମହାବିଦ୍ୟାଳୟରେ ସାହିତ୍ଯବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ଜୟନ୍ତୀତ୍ସବ ।

ମହିଳା ମହାବିଦ୍ୟାଳୟରେ ସାହିତ୍ଯବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ଜୟନ୍ତୀତ୍ସବ ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସାହିତ୍ୟବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୩ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ସାହିତ୍ଯବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତିକମିଟି ପକ୍ଷରୁ ଆୟୋଜିତ ସଭାକାର୍ଯ୍ଯ ସଭାପତି ରସାନନ୍ଦ ଥପାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା। ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।

ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଲୋକବନ୍ଧୁ ପ୍ରଧାନ ସତଲମା ମାଧ୍ଯାମିକ ଉଚ୍ଚ ବିଦ୍ୟାଳୟ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜେଡି ମହିଳା ମହାବିଦ୍ଯାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶ,ବ୍ଲକ ଅଧ୍ୟକ୍ଷା ରିନା ଥଇତ,ଏନଏସି ଅଧ୍ୟକ୍ଷ ଦିନେଶ ଗହିର,ଜେଡି ମାଧ୍ଯମିକ ଉଚ୍ଚବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦିପ କୁମାର ମେହେର ପ୍ରମୁଖ ଯୋଗ ଦେଇଥିଲେ।ସଭା ପ୍ରାରମ୍ଭରୁ ଅଧ୍ୟାପକ ସୁଧାଶୁଂ ଦାଶଙ୍କ ନିର୍ଦେଶନାରେ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ଗାନ ହୋଇଥିଲା।

ଅତିଥି ମାନେ ସାହିତ୍ଯବନ୍ଧୁଙ୍କ ସାହିତ୍ଯପ୍ରେମ,କବି ଗଙ୍ଗାଧର କୃତ କବିତା,ସାହିତ୍ଯ ସଂଗ୍ରହ,ସମାଜସେବା, ଧାର୍ମିକଭାବନା ସହ ମାନବିୟ ଗୁଣ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସାହିତ୍ଯକ ମନୋରଞ୍ଜନ ମେହେର ଓ ସମାଜସେବୀ ଦେବାନନ୍ଦ ଖଟୁଆଙ୍କୁ ମାନପତ୍ର ଓ ଉତ୍ତରିୟ ପ୍ରଦାନ ମାଧ୍ୟମରେ ସମ୍ମାନିତ କରାଯାଇଥିଲା।ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ସାହିତ୍ଯପ୍ରେମୀ,ବୁଦ୍ଧିଜିବୀ ଓ କବି କଳାକାର ମାନେ ଉପସ୍ଥିତ ରହିଥିଲେ।

error: Content is protected !!