Sunday, April 20, 2025
spot_imgspot_imgspot_img
Homeରାଜ୍ୟପଦ୍ମପୁର ପ୍ରିଣ୍ଟ ମିଡ଼ିଆ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ।

ପଦ୍ମପୁର ପ୍ରିଣ୍ଟ ମିଡ଼ିଆ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ।

ପଦ୍ମପୁର – ସ୍ଥାନୀୟ ହୋଟେଲ ଚାନ୍ସେଲର ଠାରେ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି କିରଟି ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର, ରତ୍ନମଣି ଶତପଥୀ, ପ୍ରଦୀପ୍ତ କିଶୋର ଦାଶ ଅତିଥି ଭାବେ ଯୋଗଦେଇଥିଲେ। ବକ୍ତା ଭାବେ ବିଷ୍ଣୁ ପ୍ରସାଦ ବାଜପେୟୀ ଯୋଗଦେଇ ଜାତୀୟ ପ୍ରେସ ଦିବସ ତଥା ସମାଜରେ ସାମ୍ବାଦିକଙ୍କ ଭୂମିକା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ସମାଜ ସେବୀ ନିରୋଜ ଦୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଉପ ସଭାପତି ନୀଳକଣ୍ଠ ଦୀପ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ଡିଲେଶ୍ଵର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଅଶ୍ଵିନି ଧରୁଆ, ସୁଦାମ ପଧାନ, ଶିବାଶିଷ ପଟ୍ଟନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

error: Content is protected !!