Saturday, March 7, 2026
Homeରାଜ୍ୟପାଟଣାଗଡ଼ରେ ଜୀବନ କୌଶଳ କାର୍ଯ୍ୟକ୍ରମ।

ପାଟଣାଗଡ଼ରେ ଜୀବନ କୌଶଳ କାର୍ଯ୍ୟକ୍ରମ।

ପାଟଣାଗଡ(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ବ୍ଳକ ଯୋଗୀମୁଣ୍ଡା ଓ ରହେନମାଲ ଉଚ୍ଚ ବିଦ୍ୟାଳୟରେ ମମତା ଏଚଆଇଏମସି ସଂସ୍ଥା ଜାଗୃତି ବଲାଙ୍ଗୀର ପକ୍ଷରୁ ଦୁଇ ଦିନ ଧରି କିଶୋର କିଶୋରୀ ମାନଙ୍କୁ ନେଇ ଜୀବନ କୌଶଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସ୍ଥାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ବେଞାମିନ ନାୟକଙ୍କ ତତ୍ତ୍ଵାବଧାନରେ ଦିଲ୍ଲୀରୁ ଆସିଥିବା ତାଲିମ ଦାତ୍ରୀ ଶ୍ରୀମତି ପ୍ରିୟା ପ୍ରକାଶ ରାୟ କିଶୋର କିଶୋରୀ ମାନଙ୍କୁ ତାଙ୍କ ଜୀବନରେ ହେଉଥିବା ଭାବନାତ୍ମକ ପରିବର୍ତ୍ତନକୁ ଖେଳ ମାଧ୍ୟମରେ ବୁଝାଇଥିଲେ।

ଯେପରିକି ବାର୍ତ୍ତାଳାପ, ସମସ୍ୟାର ସମାଧାନ, ଆତ୍ମା ସମ୍ମାନ ରକ୍ଷା,ଉଚିତ ସମୟରେ ସଠିକ ନିଷ୍ପତ୍ତି ନେବା, ଜୀବନର ଲକ୍ଷକୁ ସଠିକ ଭାବେ ନିର୍ଧାରିତ କରିବା ଓ ସମୟର ସଦ ଉପଯୋଗ କରି ଭବିଷ୍ୟତକୁ ସୁଦୃଢ଼ ବା ଉଜ୍ଜଳମୟ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ଦୁଇଟି ଉଚ୍ଚ ବିଦ୍ୟାଳୟର ୧୨୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସ୍କୁଲର ଶିକ୍ଷକମାନେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବାବେଳେ ବ୍ଳକର ସୁପରଭାଇଜର ସୁରେଶ ଚନ୍ଦ୍ର ପସାୟତ, ପବିତ୍ର ରଣା,ଅଗାଧୁ ବେହେରା, ସୁନୀତା ପସାୟତ ଓ ସ୍ନିଗ୍ଧା ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

error: Content is protected !!