Saturday, March 7, 2026
Homeରାଜ୍ୟଜିଲ୍ଲା ବିକାଶ ସମନ୍ୱୟ ଏବଂ ତଦାରଖ କମିଟି "ଦିଶା”ର ପ୍ରଥମ ବୈଠକ ।

ଜିଲ୍ଲା ବିକାଶ ସମନ୍ୱୟ ଏବଂ ତଦାରଖ କମିଟି “ଦିଶା”ର ପ୍ରଥମ ବୈଠକ ।

ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ତୃଣମୂଳ ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିର ସଫଳ ରୂପାୟନ କରନ୍ତୁ: ସାଂସଦ ।

ବରଗଡ – ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି “ ଦିଶା”ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମାନ୍ୟବର ବରଗଡ ସାଂସଦ ଶ୍ରୀ ପୁରୋହିତ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମି ନିଯୁକ୍ତି ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ୍, ସ୍ୱଚ୍ଛ ଭାରତ ମିଶନ୍ ସହ କୃଷି ଏବଂ କୃଷକ କଲ୍ୟାଣ, ଜୀବନ ଜୀବିକାର ବିକାଶ ଭଳି ବିଭିନ୍ନ ସାମାଜିକ କଲ୍ୟାଣ ଏବଂ

ଭିତ୍ତିଭୂମିର ଉନ୍ନତି ନିମନ୍ତେ ଥିଵା ଫ୍ଲାଗସିପ୍ ପ୍ରୋଗ୍ରାମ ସହ ରୋଜଗାର ସୃଷ୍ଟି, ମହିଳା ଓ ଶିଶୁ ବିକାଶ, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟାର ଉନ୍ନତି ନିମନ୍ତେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ବର୍ତ୍ତମାନର ସ୍ଥିତି ଏବଂ ପ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରି ସାସ୍ଥ୍ୟ, ଶିକ୍ଷା, କୃଷି, ଜଙ୍ଗଲ, ଉଦ୍ୟାନ, ପୁର୍ତ୍ତ, ରାଜସ୍ୱ, ପାନୀୟ ଜଳ ଯୋଗାଣ, ଏବଂ ଜଳ ସେଚନ ଭଳି ସମସ୍ତ ବିଭାଗର ଅଟକି ରହିଥିବା ଉନ୍ନୟନମୂଳକ କାର୍ଯ୍ୟ ଗୁଡିକୁ ଯଥାଶିଘ୍ର ସମାପ୍ତ କରିବା ପାଇଁ ନିର୍ଦେଶ ଦେଇ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ବିଭାଗ ତଥା ବିଭାଗୀୟ ଅଧିକାରୀ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କହିଛନ୍ତି ।

ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ୟୁଏଲବୀ ଚେୟାରମେନଙ୍କ ସମେତ ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଏବଂ ଅତାବିରା ବିଧାୟକ ପ୍ରତିନିଧି ଶ୍ରୀ ସୁରେଶ୍ୱର ସତପଥିଙ୍କ ସମେତ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସିଂ ଉପସ୍ଥିତ ରହି ସମସ୍ତ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିବା ସହ ଦୃଢ ପରିଶ୍ରମ କରି ଲୋକଙ୍କୁ ଅବଶ୍ୟକ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

error: Content is protected !!