Saturday, March 7, 2026
Homeଜାତୀୟ/ଆନ୍ତର୍ଜାତୀୟସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ଜୟନ୍ତୀ ପ୍ରସ୍ତୁତି ।

ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ଜୟନ୍ତୀ ପ୍ରସ୍ତୁତି ।

ବରପାଲି – ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀ ପକ୍ଷରୁଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ଗୁରୁବାର ପୁର୍ବାହ୍ନରେ କାଳଜୟୀ ପ୍ରତିଭା ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୩ତମ ଜନ୍ମ ଜୟନ୍ତୀ ଆୟୋଜନ ସମ୍ପର୍କିତ ଆଲୋଚନା ହୋଇଥିଲା। କମିଟି ଉପସଭାପତି ରସାନନ୍ଦ ଥପାଙ୍କ ସଭାପତିତ୍ବରେ ସଭା ପରିଚାଳିତ ହୋଇଥିଲା।

ଜୟନ୍ତୀତ୍ସବ ଅବସରରେ ମନୋରଞ୍ଜନ ମେହେର ଭାଷା ସାହିତ୍ୟ ପ୍ରଚାରକ ଓ ବିଶିଷ୍ଟ ସମାଜସେବୀ ଦେବାନନ୍ଦ ଖଟୁଆ ଦ୍ବୟଙ୍କୁ “ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି ସମ୍ମାନ ୨୦୨୪” ପ୍ରଦାନ ପାଇଁ ସିଦ୍ଧାନ୍ତ ନିଆଯାଇଥିଲା ।ବ୍ଲକ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ସର୍ବୋଚ୍ଚ ନମ୍ବର ରଖିଥିବା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ବିଶ୍ଵମୟୀ ସାହୁ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ପୂଜାରାଣୀ ବେହେରା,ସ୍ନାତକ ଶ୍ରେଣୀର ଛାତ୍ରୀ ଅରୁଣା ସାହୁଙ୍କୁ ମଧ୍ଯ ପୁରସ୍କୃତ ନିମନ୍ତେ ଧାର୍ଯ୍ଯ କରାଯାଇଥିଲା।

ସେହିପରି କମିଟି ପକ୍ଷରୁ ଏକମାଗଣା ଚକ୍ଷୁ ଚିକିତ୍ସା ଶିବିର ସହ ରକ୍ତ ବର୍ଗ ଚିହ୍ନଟ ଶିବିର ଅନୁଷ୍ଠିତ ହେବାକୁ ସ୍ଥିରକୃତ ହୋଇଥିଲା। ଏହି ଅବସରରେ ସ୍ମୃତି କମିଟି ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

error: Content is protected !!