Friday, November 22, 2024
spot_imgspot_imgspot_img
Homeଅଘଟଣକାଠ ମାଫିଆ କବଜାରେ ମହଦା ସଂରକ୍ଷିତ ଜଙ୍ଗଲ।

କାଠ ମାଫିଆ କବଜାରେ ମହଦା ସଂରକ୍ଷିତ ଜଙ୍ଗଲ।

ନମ୍ବର ବିହୀନ ଧଳା ପିକଅପରେ ହେଉଛି ଖଇର କାଠ ଚୋରା ଚାଲାଣ।

ବନ ବିଭାଗର ପାରିବା ପଣିଆ ଉପରେ ଉଠୁଛି ପ୍ରଶ୍ନ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନର ମହଦା ସଂରକ୍ଷିତ ଜଙ୍ଗଲ କାଠ ମାଫିଆଙ୍କ କବଜାରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ କିଛି ମାସ ଧରି ଏହି ସଂରକ୍ଷିତ ଜଙ୍ଗଳରୁ ନିତି ଦିନିଆ ଖଇର କାଠ ଚୋରାଚାଲାଣ ହେଉଛି। କିନ୍ତୁ ବନ ବିଭାଗ ପିସି କାରବାର କରି ଚୁପ ରହିଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ମହଦା ସଂରକ୍ଷିତ ଜଙ୍ଗଲରେ ଥିବା ଠେଲକୋଛାପର, ବଡଝୁଲା ଓ ଭରତବାହାଲ ଗ୍ରାମ ନିକଟରେ ଥିବା ସଂରକ୍ଷିତ ଜଙ୍ଗଳରୁ ଖୁଲମଖୁଲା ଖଇର କାଠ ଚୋରାଚାଲାଣ ହେଉଛି।

ଏହି ଚୋରା ଚାଲାଣ ରେ ଠେଲକୋଛାପର ଗ୍ରାମର ଜୈନିକ କାଠ ମାଫିଆ ସାମିଲ ଥିବାର ଅଭିଯୋଗ ରହିଛି। ଏହି ମାଫିଆ ତଥା ଦଲାଲ ସହଯୋଗରେ ଜଙ୍ଗଲରୁ ଖଇର କାଠ ଚୋରା ଚାଲାଣ ହେଉଛି। ଏହି ମାଫିଆ ଜଙ୍ଗଳରୁ ଗଛ କାଟିବା ଦାୟିତ୍ୱ ନେଇଥାଏ।ଖଇର କାଠ କେଜି ପ୍ରତି ପାଞ୍ଚରୁ ଛଅ ଟଙ୍କା ସ୍ଥାନୀୟ ଲୋକଙ୍କୁ ଦିଆଯାଇଥାଏ। ମଧ୍ୟସ୍ଥି ସାଜିଥିବା ଦଲାଲ ମୁଖ୍ୟ କାଠ ମାଫିଆ ଠାରେ ୨୫ ଟଙ୍କା କେଜି ପ୍ରତି ଖଇର କାଠ ବିକ୍ରି କରିଥାଏ। ପରେ ମୁଖ୍ୟ କାଠ ମାଫିଆ କେଜି ପିଛା ୬୦ ରୁ ୭୦ ଟଙ୍କାରେ ବିକ୍ରି କରୁଥିବା ସୂଚନା ରହିଛି।

କିଛି ଦିନ ତଳେ ଭରତବାହାଲ ତାଳଜୁରୀ ରାସ୍ତାରେ ଥିବା ବ୍ରାହ୍ମଣୀ ଡୁଙ୍ଗୁରି ଠାରେ ଖଇର କାଠ ଚାଲାଣ ହେଉଥିବା ଖବର ମିଳିଥିଲା। ବଲାଙ୍ଗିର ଏସିଏଫ ଙ୍କ ନିର୍ଦେଶରେ ଏକ ଟିମ ପହଂଚିଥିଲେ କିନ୍ତୁ ମାଫିଆ ସ୍ଥାନୀୟ ସେକ୍ସନର କର୍ମଚାରୀଙ୍କ ଠାରୁ ଆଗୁଆ ସୂଚନା ପାଇ ଚାଲାଣ ହେବାକୁ ଥିବା ଖଇର କାଠକୁ ଲୁଚାଇଦେଇଥିଲେ। ପରେ ଲୁଚାଇଥିବା ଉକ୍ତ କାଠ ର ଫୋଟୋ ମିଳିଥିଲା। ତା ପରଦିନ ଲୁଚାଯାଇଥିବା ଉକ୍ତ ଖଇର କାଠ କୁ ପୁଣି ମାଫିଆ ଚାଲାଣ କରିଦେଇଥିଲେ।

ବନ ବିଭାଗର କିଛି ଅସାଧୁ କର୍ମଚାରୀ କାଠ ମାଫିଆ ଠାରୁ ପିସି ନେଇ ଆଗୁଆ ସୂଚନା ଦେଉଥିବାରୁ ବିଭାଗ କାଠ ମାଫିଆକୁ ଗିରଫ କରିପାରୁନଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଠେଲକୋଛାପର ଗାଁର କାଠ ମାଫିଆ କୁ ଯଦି ବନ ବିଭାଗ ତଦନ୍ତ ପରିସରକୁ ନିଆଯାଏ ତା ହେଲେ ଅଂଚଳରେ ହେଉଥିବା କାଠ ଚୋରାଚାଲାଣର ସମସ୍ତ ଗୁମର ଲୋକଲୋଚନକୁ ଆସିବା ସହ ମୁଖ୍ୟ କାଠ ମାଫିଆ କୁ ବନ ବିଭାଗ ଧରିବାରେ ସକ୍ଷମ ହୋଇପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି।

error: Content is protected !!