ପାଟଣାଗଡ଼(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ବ୍ଲକ ପରିସରରେ ପିପୁଲ୍ସ ଫୋରମ ବଲାଙ୍ଗିର ନିଶା ନିବାରଣ କେନ୍ଦ୍ର ଆନୁକୂଲ୍ୟରେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ମାନଙ୍କୁ ନେଇ ନିଶା ନିବାରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶିବିରରେ ପାଟଣାଗଡ଼ ବିଡ଼ିଓ ସୁମନ ମିଞ୍ଜ, ପିପୁଲ୍ସ ଫୋରମ ନିଶା ନିବାରଣ କେନ୍ଦ୍ର ବଲାଙ୍ଗିରର ରଶ୍ମି ରଞ୍ଜନ ପରିଡା ଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ଓ ପଞ୍ଚାୟତ ଗୁଡିକର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।

ଏହି ଶିବିରରେ ଅଭ୍ୟାସଗତ ନିଶାଖୋର ମାନଙ୍କୁ କିଭଳି ମୁଖ୍ୟ ସ୍ରୋତକୁ ଫେରାଇ ଅଣାଯିବ ଏନେଇ ସଚେତନତା କରାଯାଇ ପଞ୍ଚାୟତ ସ୍ତରରେ ଜନ ପ୍ରତିନିଧି ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସରକାରଙ୍କ ତରଫରୁ ପ୍ରୋତ୍ସାହନ ପାଇଥିବା ପିପୁଲ୍ସ ଫୋରମ ନିଶା ନିବାରଣ କେନ୍ଦ୍ର ବଲାଙ୍ଗିର ଠାରେ ମାଗଣାରେ ଚିକିତ୍ସା ହୋଇପାରିବ ବୋଲି କେନ୍ଦ୍ରର ରଶ୍ମି ରଞ୍ଜନ ପରିଡା ମତ ପ୍ରକାଶ କରିଥିଲେ।

