ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ରେ ଆଜି କୁଣ୍ଡାଖାଇ ଗ୍ରାମପଞ୍ଚାୟତ ଝିମବାହାଲ ଗ୍ରାମର ନିରଞ୍ଜନ ପୋଢ଼ ଗୁରୁଣ୍ଡି ଗୁରୁଣ୍ଡି ଆସି ସିଧା ପହଞ୍ଚିଥିଲେ ବ୍ଳକ କାର୍ଯ୍ୟାଳୟରେ । ବ୍ଲକରେ ଉପସ୍ଥିତ ଥିବା ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ପ୍ରବୀଣ ପାଣିଗ୍ରାହୀ ଓ ସମାଜସେବୀ ସୁଶାନ୍ତ ପଣ୍ଡା ନିରଞ୍ଜନ ପୋଢ଼ ଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ସହିତ ଅନେକ ସମୟ ବସି ସମସ୍ୟା ବିଷୟରେ ବୁଝିଥିଲେ ।

ପରେ ତାଙ୍କୁ ବିଡ଼ିଓଙ୍କ ପ୍ରକୋଷ୍ଠକୁ ନେଇଥିଲେ । ବିଡ଼ିଓ ତାଙ୍କୁ ତୁରନ୍ତ ଚେୟାର ରେ ବସାଇ ତାଙ୍କ ଦୁଃଖ ସୁଖ ବୁଝିଥିଲେ । ନିରଞ୍ଜନ ପୋଢ଼ ଙ୍କ କହିବା ଅନୁସାରେ ଉଭୟ ପତି ପତ୍ନୀ ଭିନ୍ନକ୍ଷମ ଅଟନ୍ତି ତେଣୁ ୫ କେଜି ହିସାବରେ ପାଉଥିବା ରାସନ ଚାଉଳ ତାଙ୍କୁ ନିଅଣ୍ଟ ହେଉଛି । ଏବଂ ଦୀର୍ଘ ବର୍ଷ ପୂର୍ବରୁ ପାଇଥିବା ଟ୍ରାଇ ସାଇକଲ ଟି ନଷ୍ଟ ହୋଇଯାଇଛି ତେଣୁ ସେ କୁଆଡେ ଯିବା ଆସିବା କରି ପାରୁ ନାହାଁନ୍ତି ।

ତେବେ ଏହି ସମସ୍ୟା ଶୁଣିବା ପରେ ତୁରନ୍ତ ବିଡ଼ିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶିବାନୀ ଭୋଇଙ୍କୁ ଏକ ଟ୍ରାଇ ସାଇକଲ ଉକ୍ତ ବ୍ୟକ୍ତିଙ୍କୁ ଦେବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ତେବେ ଶିବାନୀ ଭୋଇ ବିଡ଼ିଓଙ୍କ ନିର୍ଦ୍ଧେଶ ପରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହିତ ତଳେ ବସି ତାଙ୍କ କାଗଜ ପତ୍ର ଯାଞ୍ଚ କରି ଦେଖିବା କୁ ପାଇଥିଲେ ସେ ୮୦ ପ୍ରତିଶତ ଭିନ୍ନକ୍ଷମ ଅଟନ୍ତି । ତାଙ୍କର ୨ ଗୋଡ଼ ଅଚଳ ଥିବାରୁ ସେ ଚଳାବୁଲା କରି ପାରୁ ନାହାଁନ୍ତି ତେଣୁ ତାଙ୍କୁ ତୁରନ୍ତ ଏକ ଟ୍ରାଇ ସାଇକଲ ଯୋଗାଇ ଦେବାରୁ ।
