Sunday, April 20, 2025
spot_imgspot_imgspot_img
Homeରାଜ୍ୟସହରାଟିକ୍ରା ମାର୍କେଟୟାଡ଼ ଠାରେ ଚାଷୀ ସମାବେଶ ।

ସହରାଟିକ୍ରା ମାର୍କେଟୟାଡ଼ ଠାରେ ଚାଷୀ ସମାବେଶ ।

ବରଗଡ-ସହରାଟିକ୍ରା ମାର୍କେଟୟାଡ଼ ଠାରେ ତାଳମେଣ୍ଡା ଗ୍ରାମ ପଞ୍ଚାୟତ ସ୍ତରୀୟ କୃଷକ ସଂଗଠନର ଆହ୍ବାନ କ୍ରମେ ଏକ ଚାଷୀ ସମାବେଶ ଆୟୋଜନ କରାଯାଇଥିଲା। ସଭାପତି ବୃନ୍ଦାବନ ସାହୁଙ୍କ ଆବାହକତ୍ବ ତଥା ନନ୍ଦିଘୋଷ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଉତ୍ପନ୍ନ କୁମାର ଭୋଇ ଓ ଭେଡେନ ବ୍ଲକ କୃଷକ ସଂଗଠନର ସମ୍ପାଦକ ସୁଦାମ ପାତ୍ର ଯୋଗ ଦେଇଥିଲେ।

ବୈଠକରେ ଚଳିତ ଖରିଫ ଋତୁରେ ଚାଷୀ ସମ୍ମୁଖୀନ ହେବାକୁ ଥିବା ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି। ମୁଖ୍ୟତଃ ଧାନ ବିକ୍ରି ଯେମିତି ସ୍ୱଚ୍ଛ ନିର୍ମଳ ଭାବେ ହୋଇପାରିବ ତଥା ବେପାରୀ ଷଡଯନ୍ତ୍ର ନ ରହିବ ସେ ସଂକ୍ରାନ୍ତରେ ବିଷାଦ ଚର୍ଚ୍ଚା ହୋଇ ଆବଶ୍ୟକ ସ୍ଥଳେ ଆନ୍ଦୋଳନ ମଧ୍ୟ୍ୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୧୮ ନଭେମ୍ବରରେ ହେବାକୁ ଥିବା ମିଗ ଜୋମ ଜନିତ ଫସଲ ବୀମା କ୍ଷତିପୂରଣ ଦାବିରେ ରେଳ ରୋକ ଆନ୍ଦୋଳନକୁ ତୀବ୍ର କରାଯିବ ସେ ବିଷୟରେ ସମସ୍ତେ ପ୍ରସ୍ତୁତ ଥିବା ଜଣା ପଡିଥିଲା। ପରେ ସହରାଟିକ୍ରା ମଣ୍ଡି ପରିଚାଳନା ପାଇଁ ଗୋଟିଏ କମିଟି ଗଠନ କରାଗଲା । କମିଟିରେ ପୂର୍ବରୁ ଥିବା କର୍ମ କର୍ତ୍ତା ମାନଙ୍କୁ ପୁନଃ ମନୋନୀତ କରାଯାଇଛି। ସଭା ଶେଷରେ ଲୋକନାଥ ଦାସ ଧନ୍ୟବାଦ ଦେଇ ସଭାସଙ୍ଗ କରିଥିଲେ ।

error: Content is protected !!