Saturday, March 7, 2026
Homeରାଜ୍ୟକେନ୍ଦୁପତ୍ର କଲ୍ୟାଣ ଟ୍ରଷ୍ଟ ପାଣ୍ଠି ତରଫରୁ ୬୨ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ।

କେନ୍ଦୁପତ୍ର କଲ୍ୟାଣ ଟ୍ରଷ୍ଟ ପାଣ୍ଠି ତରଫରୁ ୬୨ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ।

ପାଇକମାଲ-ବରଗଡ଼ ଜିଲ୍ଲା ପାଇକମାଳ ନୃସିଂହନାଥ କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମ ପରିସରରେ ସୋମବାର କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଏକ ବୈଠକ ଡ଼ିଭିଜନ ସଂପାଦକ କୋକିଳ ସାହୁ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପଦ୍ମପୁର କେନ୍ଦୁପତ୍ର ବନଖଣ୍ଡ କଲ୍ୟାଣ ଟ୍ରଷ୍ଟ ପାଣ୍ଠି ତରଫରୁ ୬୨ ଜଣ ସାମୟିକ କର୍ମଚାରୀ ତୋଳାଳୀ ଓ ବନ୍ଧେଇ ଶ୍ରମିକ ଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୨ଲକ୍ଷ ଟଙ୍କା ଲେଖାଏଁ ଆନୁତୋଷିକ ଚେକ୍ ବଣ୍ଟନ କରିଥିଲେ।

ସାଂସଦ ଶ୍ରୀ ପୁରୋହିତ ତାଙ୍କ ବକ୍ତବ୍ୟ ରେ ବିଜେପି ଶାସନକୁ ଆସି ଥିବାରୁ ଏହି ସହାୟତା ରାଶି ମିଲିପାରିଛି ବୋଲି କହିବା ସହ ଉକ୍ତ ଅର୍ଥରାଶି ସୁବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ।ସଭାର ଉଦ୍ଦେଶ୍ୟ ଜ୍ଞାପନ କୋକିଳ ସାହୁ କରିଥିଲେ। ସଭା ଆରମ୍ଭରୁ ସାଂସଦ ପୁରୋହିତଙ୍କୁ ଉପଢୋକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ରେଞ୍ଜର ଗୋପାଳ ଚନ୍ଦ୍ର ସାଏ, ରୂପେଶ କୁମାର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ରେଞ୍ଜର ନିହାର ରଞ୍ଜନ ସୁତାର ଧନ୍ୟବାଦ ଦେଇଥିଲେ।

error: Content is protected !!