Tuesday, November 26, 2024
spot_imgspot_imgspot_img
Homeରାଜ୍ୟହଜିଲା ପୁଅକୁ ଖୋଜି ଆଣିଦେଲେ ବିଡ଼ିଓ ।

ହଜିଲା ପୁଅକୁ ଖୋଜି ଆଣିଦେଲେ ବିଡ଼ିଓ ।

ଗାଇସିଲେଟ-ବିଜେପୁର ଅଞ୍ଚଳର ଜଣେ ମାନସିକଗ୍ରସ୍ତ ରୋଗୀ ପାଟଣାଗଡ଼ ଚଙ୍ଗରିଆ ଗ୍ରାମରେ ବୁଲୁଥିବାର ଦେଖି ଚାଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ ତାଙ୍କୁ କଲେଜରେ ରଖି ଖାଇବା ପିଇବାର ବ୍ୟବସ୍ଥା କରିଥିଲେ । ପରେ ଏହି ଖବରକୁ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ତେବେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝୀ ଏହି ଖବର ଦେଖି ସେ ଗାଇସିଲେଟ ସାମ୍ବାଦିକ ସଂଘ ଗୃପ ରେ ପୋଷ୍ଟ କରିଥିଲେ । ପରେ ଗାଇସିଲେଟ ଅଞ୍ଚଳର ସାମ୍ବାଦିକ ମାନେ ଏହାକୁ ପ୍ରଚାର ପ୍ରସାର କରିବାରୁ ତାଙ୍କ ପରିବାର ଲୋକ ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲେ ।

ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବିଜେପୁର ଅଞ୍ଚଳର ତାଲପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାରଗୋଡା ଗ୍ରାମର ଭଗବାନ ବିଶି । ତେବେ ସେ ଅନେକ ଦିନ ହେବ ଘର ଛାଡ଼ି ବାହାରେ ବୁଲା ବୁଲି କରୁଛନ୍ତି । ତାଙ୍କ ପରିବାର ଲୋକ ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲେ । ଖବର ପାଇ ତାଙ୍କ ବାପା ଶଙ୍କର ବିଶି ଓ ଗ୍ରାମର ଜଣେ ଯୁବକ ଏକ ଅଟୋ ନେଇ ଉକ୍ତ ଗ୍ରାମରେ ପହଞ୍ଚିଥିଲେ । କିନ୍ତୁ ସେହି ଦିନ ସେଠାରୁ ସେ ଗଞ୍ଜାଉଡା ଗ୍ରାମ ପଟେ ଚାଲିଯାଇଥିବା ଖବର ପାଇଥିଲେ । ତେବେ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଖୋଜା ଖୋଜି କରି ନ ପାଇ ତାଙ୍କ ପରିବାର ଲୋକେ ନିରାଶ ହୋଇ ଫେରିଥିଲେ ।

ପୁଣି ସେମାନେ ବିଡିଓଙ୍କୁ ଯୋଗାଯୋଗ କରିବାରୁ ଶ୍ରୀଯୁକ୍ତ ମାଝି ପାଟଣାଗଡ଼ ଓ ଲାରମ୍ଭା ପୋଲିସ କୁ ଜଣାଇବା ସହ ଗଞ୍ଜାଉଡା,ବୋନେଇମୁଣ୍ଡା ଓ ବରପଦର ଅଞ୍ଚଳର ସରପଞ୍ଚ ମାନଙ୍କ ସହିତ ଯୋଗାଯୋଗ କରିଥିଲେ। ତେବେ ତା ପରଦିନ ଭୋର ୪ ଟା ସମୟରେ ବିଡ଼ିଓଙ୍କୁ ଏକ ଅଜଣା ନମ୍ବରୁ ଫୋନ୍ ଆସିଥିଲା । ଉକ୍ତ ଯୁବକଟି ଅପୁରସାଗର ଗ୍ରାମରୁ ବରପଦର ଗ୍ରାମକୁ ଯାଉଥିବାର ଖବର ପାଇ ବିଡ଼ିଓ ଜଣେ ରାଜସ୍ବ ନୀରିକ୍ଷକଙ୍କୁ ଫୋନ୍ କରି ଉକ୍ତ ଗ୍ରାମକୁ ଯିବା ପାଇଁ ଅନୁରୋଧ କରିଥିଲେ । ତେବେ ସକାଳ ୭ ଟା ସମୟରେ ଉକ୍ତ ଗ୍ରାମକୁ ଯାଇ ପଚରା ଉଚରା କରିବା ପରେ ଜାଣିବାକୁ ପାଇଲେ ସେ ପାଟଣାଗଡ଼ ପଟେ ଚାଲି ଯାଇଛନ୍ତି ।

ବିଡିଓ ପାଟଣାଗଡ଼ ଥାନା କୁ ଯୋଗାଯୋଗ କରିବା ପରେ ପାଟଣାଗଡ଼ ପୋଲିସ ତାକୁ ବସଷ୍ଟାଣ୍ଡ ରୁ ଉଦ୍ଧାର କରି ଥାନାରେ ରଖିଥିଲା । ପରେ ଶ୍ରୀଯୁକ୍ତ ମାଝି ନିଜ ବ୍ଲକର ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପାଣ୍ଡବ ନନ୍ଦଙ୍କୁ ପଠାଇ ତାକୁ ଗାଇସିଲେଟ ବ୍ଲକ କୁ ଆଣିଥିଲେ । ତେବେ ପୁଣି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ଖବର ପାଇ ତାଙ୍କ ପରିବାର ଲୋକ ଗାଇସିଲେଟ ରେ ପହଞ୍ଚିଥିଲେ ଦିନ ୨ ଟା ସମୟରେ ବିଡିଓ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ତେବେ ବିଡ଼ିଓଙ୍କ ଏଭଳି ପ୍ରୟାସ ଯୋଗୁ ନିଜ ପୁଅ କୁ ପାଇଥିବାରୁ ବାପା ଭଗବାନ ବିଶି ଖୁସିରେ କାନ୍ଦି ପକାଇ ବିଡ଼ିଓଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

error: Content is protected !!