Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଡାହାରୁ ପଡାରେ ୧୨ତମ ଗୋକୁଳାଷ୍ଟମୀ ମହୋତ୍ସବ ଅନୁଷ୍ଠିତ ।

ଡାହାରୁ ପଡାରେ ୧୨ତମ ଗୋକୁଳାଷ୍ଟମୀ ମହୋତ୍ସବ ଅନୁଷ୍ଠିତ ।

ଅତାବିରା(ସୁରେନ୍ଦ୍ର କଠାର)-ଡାହାରୁ ପଡା ଗ୍ରାମରେ ଗୋକୁଳାଷ୍ଟମୀ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ପ୍ରାରମ୍ଭରେ ଶତାଧିକ ମହିଳାମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା ମଧ୍ୟ ଆୟୋଜନ କରାଯାଇଥିଲା | ପରେ ପଣ୍ଡିତ ଶ୍ରୀ ରଙ୍କମଣି ହୋତା ପୂଜା କାର୍ଯ୍ୟ ତୁଲାଇଥିଲେ | ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ଶ୍ରୀ ଜଗନ୍ନାଥ ମହାପାତ୍ର ଓ ଗଉରହରି ପ୍ରଧାନ | ଶ୍ରୀ ସୀତାରାମ ଧନବାର୍ ଓ ଶ୍ରୀମତି ମମତା ଧନବାର୍ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ |

ଏହି ଅବସରରେ ଅଞ୍ଚଳର ହଜାର ହଜାର ଦର୍ଶକମାନଙ୍କ ସମାଗମ ହୋଇଥିଲା ଓ ମନୋରଞ୍ଜନ ସକାଶେ ଦିନବେଳା କୁସମଟିକ୍ରାର କୃଷ୍ଣଗୁରୁ ଓ ରାତ୍ରୀରେ ଭଗବାନ ପାର୍ଟି କୁମ୍ଭାରୀ ର ନାଟକ ପରିବେଷଣ କରାଯାଇଥିଲା | ଗ୍ରାମର ସ୍ବେଚ୍ଛାସେବୀ ଓ ଅତାବିରା ପୋଲିସ ଦ୍ବାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ଭାବରେ ଶ୍ରୀ ଧନିରାମ ଦାସ, ସମ୍ପାଦକ ଭାବରେ ଶ୍ରୀ ଶିବ ବାରୁ, କୋଷାଧ୍ୟକ୍ଷ ଭାବରେ ଶ୍ରୀ ସମାରୁବାରୁ କାର୍ଯ୍ୟ ତୁଲାଇଥିଲେ |

ଏହି କାର୍ଯ୍ୟକ୍ରମରେ ଶ୍ରୀ ମହତ ହର, ଶ୍ରୀ ଗଣେଶ ଟପ୍,ଶ୍ରୀ ମଙ୍ଗଳୁ ହର, ଶ୍ରୀ ଧର୍ମରାଜ ଟପ୍,ରଘୁଟପ୍,, ଶଙ୍କର ବାରୁ,ଶ୍ରୀ ବିହାରୀ ଟପ୍, ଶ୍ରୀ କମଳାକାନ୍ତ କୁମ୍ଭାର, ସୁମନ୍ତ ମହାନନ୍ଦ,ଶ୍ରୀ ଚୈତନ୍ୟ ହର,ଗଉତମ୍ ଟପ୍,,ବୃଷଭ ହର,ଜଗତ ମୁଣ୍ଡା, ହରିଶ୍ଚନ୍ଦ୍ର ମୁଣ୍ଡା, ସରୋଜ ମୁଣ୍ଡା, ସୁବାଷ ମହାନନ୍ଦ, କୈଳାସ ଭେଙ୍ଗ୍ରା, ନାରାୟଣ ଗୋୟଲ୍,ଏମ୍•ଶ୍ରୀନିବାସ୍, ସୁବୋଧ ତାଣ୍ଡି, ଗୋପାଳ କୁମ୍ଭାର,ପେଟୁ ମୁଣ୍ଡା, ପେଟୁ ହର, ଦୁର୍ଯୋଧନ ବାରିକ ତଥା ସମସ୍ତ ଗ୍ରାମବାସୀ ସହଯୋଗିତା କରିଥିଲେ ।

error: Content is protected !!