Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ରାହ୍ମଣ ସମାଜ ପକ୍ଷରୁ ପଞ୍ଚାୟତସ୍ତରୀୟ ପରିବାର ମିଳନ ଉତ୍ସବ ଅନୁଷ୍ଠିତ।

ବ୍ରାହ୍ମଣ ସମାଜ ପକ୍ଷରୁ ପଞ୍ଚାୟତସ୍ତରୀୟ ପରିବାର ମିଳନ ଉତ୍ସବ ଅନୁଷ୍ଠିତ।

ଗାଇସିଲେଟ-ସ୍ଥାନୀୟ ନୈମିଷାରଣ୍ୟ ଠାରେ ଗାଇସିଲେଟ ବ୍ରାହ୍ମଣ ସମାଜର ପକ୍ଷରୁ ପଞ୍ଚାୟତସ୍ତରୀୟ ପରିବାର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ସଭାପତି ଡ.ସୁନିଲ ପଣ୍ଡା ଅଧ୍ୟକ୍ଷତା କରିଥିଲେ ।ପ୍ରଥମେ ହୋମଯଜ୍ଞ ଓ ପରେ ଗାୟତ୍ରୀ ମାତା ଓ ପର୍ଶୁରାମ ଭଗବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୂଜାର୍ଚ୍ଚନା କରି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଡ. ସୁନିଲ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ପର୍ଶୁରାମ ବାହିନୀ ସଭାପତି ରଞ୍ଜନ ପଣ୍ଡା ଉକ୍ତ ସଭାକୁ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ବ୍ଲକ ସଭାପତି ସଦାନନ୍ଦ ପାଢ଼ୀ,ପଞ୍ଚାୟତ ସମ୍ପାଦକ ରବୀନ୍ଦ୍ର ପଣ୍ଡା,ପାଇକମାଲ ବ୍ଲକ ସଭାପତି ଗିରିଶ ନାୟକ,ପଦ୍ମପୁର ବ୍ଳକ କୋଷାଧ୍ୟକ୍ଷ ଶାନ୍ତନୁ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ରବୀନ୍ଦ୍ର ପଣ୍ଡା ସଂପାଦକୀୟ ବିବରଣୀ ପାଠ କରିଥିଲେ ।ବ୍ଲକ ସଭାପତି ସଦାନନ୍ଦ ପାଢୀ ନିଜର ବକ୍ତବ୍ୟରେ ବ୍ଲକ ସମାଜର କାର୍ଯ୍ୟାବଳି ଉପରେ ଆଲୋକପାତ କରିଥିଲେ ।

ଏହା ସହିତ ପାଇକମାଲ ବ୍ଲକ ସଭାପତି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ନାୟକ ନିଜର ବକ୍ତବ୍ୟ ମାଧ୍ୟମରେ ସମାଜ ସୁଧାର ଉପରେ ଆଲୋକପାତ କରିଥିଲେ ।ଏହା ସହିତ ଗାୟତ୍ରୀ ବାହିନୀର ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ କର ନିଜ ବକ୍ତବ୍ୟରେ ମହିଳା ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ । ଏହାପରେ ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ନିଜର ବକ୍ତବ୍ୟରେ ବ୍ରାହ୍ମଣ ପରିବାର ସମସ୍ୟାର ସମାଧାନ ସହିତ ସମାଜକୁ ଆଗେଇ ନେବା ଉଚିତ୍ ବୋଲି ମତବ୍ୟକ୍ତ କରିବା ସହ ସମାଜର ଏକତା ଓ ଅଖଣ୍ଡତା ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଏବଂ ନାରୀ ନେତ୍ରୀ ଝରଣା ପାଣିଗ୍ରାହୀ,ପୁଷ୍ପଞ୍ଜଳି ଦାଶ ଏବଂ ଅରବିନ୍ଦ ପଣ୍ଡା,ମିହିର ଦାଶ,ଅମ୍ବିକା ତ୍ରିବେଦୀ ଓ ନିଟ ପରୀକ୍ଷାରେ ସଫଳତା ପାଇଥିବା ଆଶାରାଣୀ ପୁରୋହିତ ଏବଂ ଓଡ଼ିଶା କୃଷି ଓ ବୈଷୟିକ ପରୀକ୍ଷାରେ ସଫଳତା ହାସଲ କରିଥିବା ଶୁଭଲକ୍ଷ୍ମୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ରାମାୟଣ,ମହାଭାରତ ଓ ପୁରାଣ ପୁସ୍ତକରୁ କ୍ୱିଜ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ସଞ୍ଜୟ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

error: Content is protected !!