Monday, April 21, 2025
spot_imgspot_imgspot_img
Homeରାଜ୍ୟଗାଇସିଲାଟ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ।

ଗାଇସିଲାଟ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ।

ଗାଇସିଲାଟ-ଗାଇସିଲାଟ ବ୍ଲକ ଅନ୍ତର୍ଗତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାମଲାଲ ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ଏକାଦଶତମ ବ୍ଳକସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତୀ ପୁରୋହିତ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବାବେଳେ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅନୀଲ କୁମାର ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଗାଇସିଲାଟ ବ୍ଲକର ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜୟକୁମାର ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ଗତ ମାସର ସଭା ଆୟୋଜନ କରିଥିବା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚିଖିଲିର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୌଭାଗ୍ୟ ପଧାନ, ପ୍ରଧାନଶିକ୍ଷକମାନଙ୍କଦ୍ଵାରା ଦିଆଯାଇଥିବା ପରାମର୍ଶ ଉପରେ ନେଇଥିବା କାର୍ଯ୍ୟାନୁଷ୍ଠାନର ତଥ୍ୟ ଉପସ୍ଥାପନ କରିଥିଲେ । ଶରଧାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଓକିଲ ପାଣ୍ଡେ ଓ କନ୍ଦାଗାଡ଼ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଭୋଇ ସାଧନକର୍ମୀଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମଧ୍ୟାହ୍ନ ବିରତି ପରେ ସମସ୍ତ ପ୍ରଧାନ ଶିକ୍ଷକ ଆୟୋଜକ ବିଦ୍ୟାଳୟର ପରିଦର୍ଶନ କରି ନିଜ ନିଜ ମତାମତ ରଖିଥିଲେ ।

ଚଳିତ ମାସରେ କର୍ମକ୍ଷେତ୍ରରୁ ଅବସର ନେବାକୁଥିବା ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ, ମଙ୍ଗଳାନଗର, କଠଉମାଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନରହରି ନାୟକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟର ଛାତ୍ରୀମାନେ ଚିତ୍ତାକର୍ଷକ ସ୍ବାଗତ ଓ ବିଦାୟ ସଙ୍ଗୀତ ପରିବେଷଣ କରିଥିଲେ । ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗାଇସିଲାଟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଶେଷରେ ଗନିଆପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!