ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସ୍ବାଧିନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକଙ୍କ ୧୪୧ ତମ ଓ ଶ୍ରୀମତୀ ଜମ୍ବୁବତୀ ଦେବୀଙ୍କ ୧୩୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇପାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସଭାକୁ ଓଡ଼ିଆ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ସ୍ବାଗତ ସହ ସଂଯୋଜନା କରିଥିଲେ।
ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ମହିଳା ମହାବିଦ୍ୟାଳୟ ବରଗଡ଼,ଡ.ରବୀନ୍ଦ୍ର ଗଡତିୟା ଏବଂମୁଖ୍ୟବକ୍ତା ଭାବରେ ବଳରାମ ପ୍ରଧାନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇଥିଲେ।ସଭା ପ୍ରାରମ୍ଭରୁ ଅତିଥି ମାନଙ୍କ ଗହଣରେ ସଂଗ୍ରାମୀ ଦ୍ଵୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦ୍ଵୀପ ପ୍ରଜ୍ବଳନ କରାଯାଇଥିଲା।
ପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ସଂଗ୍ରାମୀ ମାନଙ୍କ ବଳିଦାନ, ସମାଜସେବା,ଇଂରେଜ ବିଋଦ୍ଧରେ ସଂଗ୍ରାମର କାହାଣି ଉପରେ ଅତିଥି ମାନେ ଆଲୋଚନା କରିଥିଲେ। ବିଗତ ଦିନରେ ମହାବିଦ୍ୟାଳୟ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷା ବିଭାଗ ଅଧ୍ୟାପିକା ମନୀଷା ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସାମିଲ ହୋଇ ପରିଚାଳନାରେ ସହୟତା କରିଥିଲେ।