Sunday, April 20, 2025
spot_imgspot_imgspot_img
Homeରାଜ୍ୟଗୁଦେରପାଲି ପଣ୍ଡରିପାଣୀ ବାନ୍ଦେନବାହାଲ ରାସ୍ତା ମରଣଯନ୍ତା:ଏହି ରାସ୍ତା ପ୍ରତି ଦୃଷ୍ଟି ଦେବେକି ବରଗଡ ସାଂସଦ ।

ଗୁଦେରପାଲି ପଣ୍ଡରିପାଣୀ ବାନ୍ଦେନବାହାଲ ରାସ୍ତା ମରଣଯନ୍ତା:ଏହି ରାସ୍ତା ପ୍ରତି ଦୃଷ୍ଟି ଦେବେକି ବରଗଡ ସାଂସଦ ।

ଗାଇସିଲେଟ– ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଠାରୁ ଭାୟା ପଦ୍ମପୁର ବ୍ଳକ ଅନ୍ତର୍ଗତ ପଣ୍ଡରିପାଣୀ ଗାଁ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ବାନ୍ଦେନବାହାଲ ଗାଁକୁ ଏକ ପଞ୍ଚାଯତ କଞ୍ଚା ରାସ୍ତା ଯାଇଅଛି। ଯେଉଁ ରାସ୍ତାଟି ବାଟୋଇ ମାନଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ପ୍ରତ୍ଯେହ ଆମ୍ବୁଲାନ୍ସ, ବାଟୋଇ ଏବଂ ଛାତ୍ରଛାତ୍ରୀ ମାନେ ଶିକ୍ଷା ଅଧ୍ୟୟନ ପାଇଁ ଗୁଦେରପାଲି ଆସିଥାନ୍ତି।

ପ୍ରତିବର୍ଷ ବର୍ଷା ମାସ ଆସିଗଲେ ଉଭୟ ପଞ୍ଚାୟତର ସରପଞ୍ଚ ମାନେ କିମ୍ବା ତାଙ୍କ ସହଯୋଗୀ ମାନେ ସ୍ଥାନେ ସ୍ଥାନେ ମୁରୁମ ଢାଲି ଦେଇ ବାକିତକ ଟଙ୍କା ପକେଟରେ ପୁରାଇ ଦେଉଥିବା ପ୍ରତି ବର୍ଷ ଅଭିଯୋଗ ହୋଇଥାଏ। ବୁଧବାର ସୋହେଲା ବ୍ଲକ ଅନ୍ତର୍ଗତ ବାନ୍ଦେନବାହାଲ ଗ୍ରାମକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଗ୍ରସ୍ତ କରିଥିଲେ।

ଏହି ସମୟରେ ଏହି କଚ୍ଚା ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ପାଇଁ କୋଶଳ ସଂଗ୍ରାମୀ ସୁଶାନ୍ତ ପଟେଲଙ୍କ ସମେତ ଗ୍ରାମବାସୀ ସାଂସଦ ଶ୍ରୀ ପୁରୋହିତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଯଣାପଡିଛି। ତେବେ ଦେଖିବାକୁ ବାକିରହିଲା ଏହି ରାସ୍ତା ପ୍ରତି ଦୃଷ୍ଟି ଦେବେକି ବରଗଡ ସାଂସଦ।

error: Content is protected !!