Saturday, March 7, 2026
Homeରାଜ୍ୟସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପୋଷାକ ବଣ୍ଟନ ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପୋଷାକ ବଣ୍ଟନ ।

ପଦ୍ମପୁର-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଦ୍ମପୁରରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ଛାତ୍ରୀମାନଙ୍କ ପୋଷାକ ବିତରଣ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇସାରିଛି । ଉକ୍ତ ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ଚୂଡ଼ାମଣି ବାରିକ ସଭାପତିତ୍ଵକରିଥିବାବେଳେ ରାଜବୋଡାସମ୍ବର୍ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଜିବାନାନନ୍ଦ ସାହୁ,ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ତଥା ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ। ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ଗୋପଳଜୀ ପ୍ରସାଦ ପାଣିଗ୍ରାହୀ ଛାତ୍ରୀମାନଙ୍କୁ ପୋଷାକର ଯତ୍ନ ନେବା ସହ ପ୍ରତିଦିନ ବିଦ୍ୟାଳୟକୁ ଆସିବା ପାଇଁ ଛାତ୍ରୀଙ୍କୁ ପ୍ରୋତ୍ସାହନା ଦେଇଥିଲେ ।

ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ ଓ ଜ୍ୟୋସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ପୂଜାରାଣୀ ନାୟକ, ରବୀନା ପଧାନ,ସଂଯୁକ୍ତା ଭୋଇ,ମନିଷା ଭୋଇ, ବୃନ୍ଦାବତୀ ସାହୁ,ଜ୍ୟୋତି ରେଖା ମହାନନ୍ଦ,ଚକ୍ରଧର ନାୟକ ,ମମତା ମିଶ୍ର ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର ସାହାଯ୍ୟ କରିଥିଲେ ।

error: Content is protected !!