Saturday, March 7, 2026
Homeରାଜ୍ୟସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ରାଜବୋଡ଼ାସମ୍ବର ବ୍ଲକ ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ରାଜବୋଡ଼ାସମ୍ବର ବ୍ଲକ ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ ।

ପଦ୍ମପୁର – ମାନ୍ୟବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ପଦ୍ମପୁର ଗସ୍ତ ଅବସରରେ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଅନେକ ସଂଘ ଓ ବ୍ୟକ୍ତିବିଶେଷ ତାଙ୍କୁ ଦେଖାକରି ନିଜ ନିଜର ଅଭିଯୋଗ ଲିଖିତ ଆକାରରେ ପ୍ରଦାନ କରିଥିଲେ। ଏହି ଅବସରରେ ରାଜବୋଡ଼ାସମ୍ବର ବ୍ଲକ ଓଷ୍ଟା ସଭାପତି ଶ୍ରୀ ପ୍ରମୋଦ ନାଥଙ୍କ ନେତୃତ୍ୱରେ ସଂଘର କିଛି ସଦସ୍ୟଙ୍କ ସହ ଶିକ୍ଷକ ମାନଙ୍କ ସମସ୍ୟା ସମ୍ପର୍କିତ ଦାବୀପତ୍ର ପ୍ରଦାନ କରିଥିଲେ।

ଏହି ସମୟରେ ଶ୍ରୀ ରେଣୁଧର ସାହୁ, ଶ୍ରୀ ପ୍ରସନ୍ନ ମେହେର, ଶ୍ରୀ ମୋତିଲାଲ ସାହୁ, ଶ୍ରୀ ନରେନ୍ଦ୍ର ସାହୁ, ଶ୍ରୀ କରମଚାନ୍ଦ ମଗର, ଶ୍ରୀ କମଳାକାନ୍ତ ପାଣିଗ୍ରାହୀ, ଶ୍ରୀ ଚୂଳସୁନ୍ଦର ମେହେର , ଶ୍ରୀ ହୃଦାନନ୍ଦ ସାହୁ ଓ ଅନେକ ସଦସ୍ୟ ଉପସ୍ଥିତ ଥିଲେ। ଅଣ ସରକାରୀ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଗ୍ରାଚୁଇଟି, ସରଣ୍ଡର ଲିଭ୍ ସହ ପେନସନ ପ୍ରଦାନ ଓ ବରଗଡ଼ ଶିକ୍ଷାଜିଲ୍ଲାଜରେ କାର୍ଯ୍ୟରତ ଅତିଥିଶିକ୍ଷକ ମାନଙ୍କ ବକେୟା ଦରମା ପ୍ରଦାନ, ଅନୁଦାନରୁ ବଞ୍ଚିତ ୧୯୩ ବିଦ୍ୟାଳୟକୁ ଅନୁଦାନ ପରିସରଭୁକ୍ତ କରିବା ପାଇଁ ସଙ୍ଘ ପକ୍ଷରୁ ଦାବୀ ଜଣାଇଥିଲେ।

error: Content is protected !!