ପାଇକମାଲ – ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର ମିନି ଷ୍ଟାଡିୟମରେ ଜିଲ୍ଲା ବିଦ୍ୟାଳୟ କ୍ରିଡ଼ା ସଂଘ ବରଗଡ଼ ଓ ବ୍ଳକ ବିଦ୍ୟାଳୟ କ୍ରିଡ଼ା ସଂଘ ପାଇକମାଲ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କ୍ରିକେଟ ଚମ୍ପିୟାନସିପ ଦ୍ବିତୀୟ ଦିବସରେ ପାଇକମାଳ ଓ ଭଟଲି ଫାଇନାଲରେ ପ୍ରବେଶ କରିଛି। ଛିନ୍ଦେଇକେଲା ଚନ୍ଦ୍ର ଶେଖର ମିନି ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ବରଗଡ଼ ଓ ଝାରବନ୍ଧ ମଧ୍ୟରେ ବରଗଡ଼ ବିଜୟୀ ହୋଇଛି।
ଦ୍ବିତୀୟ ମ୍ୟାଚରେ ଭଟଲି ଓ ବରପାଲି ମଧ୍ୟରେ ଭଟଲି ବିଜୟୀ ହୋଇଛି। ଭଟଲୀ ଓ ବରଗଡ଼ ମଧ୍ୟରେ ସେମିଫାଇନାଲ ମ୍ୟାଚରେ ଭଟଲି ବିଜୟୀ ଫାଇନାଲକୁ ପ୍ରବେଶ କରିଛି। ସେହିପରି ଡୁଡୁକିଝରିଆ ଖେଳ ପଡ଼ିଆରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ପଦ୍ମପୁର ଓ ସୋହେଲା ମଧ୍ୟରେ ପଦ୍ମପୁର ବିଜୟୀ ହୋଇଛି। ଦ୍ବିତୀୟ ମ୍ୟାଚରେ ପାଇକମାଳ ଓ ଗାଇସିଲେଟ ମଧ୍ୟରେ ପାଇକମାଳ ବିଜୟୀ ହୋଇଛି।
ତୃତୀୟ ମ୍ୟାଚରେ ଅତାବିରା ଓ ପଦ୍ମପୁର ମଧ୍ୟରେ ପଦ୍ମପୁର ବିଜୟୀ ହୋଇଛି। ପଦ୍ମପୁର ଓ ପାଇକମାଳ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲରେ ପାଇକମାଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି।ଏହି ପ୍ରତିଯୋଗିତାକୁ ଖେଳ ଶିକ୍ଷକ, ଅନ୍ୟାନ୍ୟ ବିଦ୍ୟାଳୟର ଶିକ୍ଷକ ସମୂହ, ଛିନ୍ଦେଇକେଲା ରାଜିଂ ଷ୍ଟାର କ୍ରିକେଟ କ୍ଳବ, ଗ୍ରାମବାସୀ,ଡୁଡୁକିଝରିଆ କ୍ରିକେଟ କ୍ଳବ ଓ ଭେରୁଆମୁଣ୍ଡା କ୍ରିକେଟ କ୍ଳବର ସଦସ୍ୟମାନେ ସହଯୋଗ କରିଥିଲେ । ସୋମବାର ଫାଇନାଲ ମ୍ୟାଚ ଖେଳାଯିବ ବୋଲି ବରଗଡ଼ ଡିଇଓ ରାଧାକାନ୍ତ ଛତ୍ରୀ ସୂଚନା ଦେଇଛନ୍ତି।