Saturday, March 7, 2026
Homeରାଜ୍ୟଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତ ଦାନ ଶିବିର : ୫୧ୟୁନିଟ ରକ୍ତ ସଂଗୃହୀତ ।

ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତ ଦାନ ଶିବିର : ୫୧ୟୁନିଟ ରକ୍ତ ସଂଗୃହୀତ ।

ବରଗଡ଼-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମ ପଞ୍ଚାୟତର ଟିହିଁକି ପାଲି ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବୁର୍ଲା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ଚନ୍ଦ୍ର ବାବୁ ଓ ମହୁଲପାଲି ସରପଞ୍ଚ ବିଜୟ କର୍ମୀ ଯୋଗଦେଇ ଫିତା କାଟି ଶିବିରକୁ ଶୁଭାରମ୍ଭ କରିଥିଲେ। ଏହି ଶିବିରରେ ଜଣେ ମହିଳା ମହିଳା ଗୋଟିଏ ରକ୍ତ ଦାତା ଦମ୍ପତ୍ତି ଓ ୪୮ଜଣ ପୁରୁଷ ରକ୍ତ ଦାତା ଙ୍କ ସମେତ ସର୍ବମୋଟ ୫୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା ।

ପରିଶେଷରେ ରକ୍ତଦାନ ଶିବିର ଆୟୋଜନ ପାଇଁ ଟିହିଁକି ପାଲି ଗ୍ରାମବାସୀ ଓ ଗିରି ଗୋବର୍ଦ୍ଧନ ପୂଜା କମିଟିଙ୍କୁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିରକୁ ଗ୍ରାମବାସୀ ଓ ନିଷ୍ଠା ପରିବାରର ଉପଦେଷ୍ଟା ଉମେଶ୍ୱର ପ୍ରଧାନ,ଅଶ୍ୱିନୀ ତ୍ରିପାଠୀ, ସଚୀ ପଣ୍ଡା,ସଭାପତି ରକ୍ଷପାଲ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଚିତ୍ର ପ୍ରଧାନ, ସଙ୍କେତ ଆଠଘରା, ରାତ୍ର ପ୍ରଧାନ, ଲିଙ୍ଗରାଜ ସାହୁ, ହେମାଞ୍ଚଲ ସାହୁ ଓ ନିଷ୍ଠା ପରିବାର ର ସଦସ୍ୟ ପ୍ରମୁଖ ପରିଚାଳନା କରିଥଲେ।

error: Content is protected !!