Saturday, March 7, 2026
Homeଅଘଟଣନୂଆପଡ଼ା ପୋଲିସକୁ ବଡ ସଫଳତା : ଏକ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ...

ନୂଆପଡ଼ା ପୋଲିସକୁ ବଡ ସଫଳତା : ଏକ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ପୋଲିସକୁ ବଡ ସଫଳତା ମିଳିଛି। ପଟଧରା ଏବଂ ସୁନାବେଡ଼ା ସଂରକ୍ଷିତ ଜଙ୍ଗଳ ଏକ ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ପୋଲିସ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ରେଡ୍ଡୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବୋଡ଼େନ ବ୍ଲକ ପଟଧରା ଘଞ୍ଚ ଜଙ୍ଗଲ ଭଇଷମୁଣ୍ଡି ଗ୍ରାମ ନିକଟସ୍ଥ ଜଙ୍ଗଳରେ ମାଓ ଗତି ବିଧି ପରିଲକ୍ଷିତ ହୋଇଥିଲା। ଦୁଇ ଗୋଟି ସ୍ବତନ୍ତ୍ର ଅପରେସନ ଗ୍ରୁପ ଏହି କେମ୍ପକୁ ଚଢାଉ କରିଥିଲେ ଓ ବିପୁଳ ମାଓ ସାମଗ୍ରୀ ଜବତ୍ କରିଛନ୍ତି।

ପାଞ୍ଚ ଗୋଟି ବିଦ୍ୟୁତ୍ ଡିଟୋନେଟର, ପାଞ୍ଚ ଗୋଟି ରିଲ ସେଫଟି ଫିୟୁଜ, ପାଞ୍ଚ ଗୋଟି ଉନ୍ନତ ମାନର ସୁଇଜ, ଦୁଇ ଗୋଟି ଏସ ବି ଜି ଏଲ, ଗୋଟିଏ ଜେଲୋଟିନ ଷ୍ଟିକ, ବିପୁଳ ମାଓ ସାହିତ୍ୟ ଜବତ୍ କରିଛନ୍ତି । ମାଓବାଦୀଙ ବଡ ଧାରଣ ଆକ୍ରମଣ କୁ ଭଣ୍ଡୁର କରିଥିବା ପ୍ରକାଶ କରିଛନ୍ତି। ଗତ ୧ ତାରିଖ ଦିନ ସକାଳ ୬.୪୫ ମିନିଟ ବେଳେ ଏସ ଓ ଜି ଦଳ ମାଓ କେମ୍ପ ଠାବ କରିଥିଲେ। ସେଠାରୁ ବିପୁଳ ମାଓ ସାମଗ୍ରୀ ଜବତ୍ କରିଛନ୍ତି।

error: Content is protected !!