Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିହନୁମାନପଡାରେ ମାଁ ଶ୍ୟାମାକାଳୀଙ୍କ ପୂଜନୋତ୍ସବ ।

ହନୁମାନପଡାରେ ମାଁ ଶ୍ୟାମାକାଳୀଙ୍କ ପୂଜନୋତ୍ସବ ।

ପଦ୍ମପୁର – ହନୁମାନପଡା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣର କାଳୀ ମଣ୍ଡପରେ ମାଁ ଶ୍ୟାମାକାଳୀଙ୍କ ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଅଛି। ଗତ ୩୧ ଅକ୍ଟୋବର ସନ୍ଧ୍ୟାରେ ମାଁ ଙ୍କ ଅଧିବାସ ଅବସରରେ ଖଣ୍ଡଧୁଆ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସହ ବିଭିନ୍ନ ଆଞ୍ଚଳିକ ବାଦ୍ୟଦଳଙ୍କ ନୃତ୍ୟ ଓ ବାଦ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରାତ୍ର ବାରଟା ସମୟରେ ମାଁ ଙ୍କ ଚକ୍ଷୁଦାନ ପ୍ରଦାନ ପରେ ଯଥାରୀତି ପୂଜାବିଧି ଅନୁଷ୍ଠିତ ହୋଇଥିଲା।

ନଭେମ୍ୱର ୧ ତାରିଖରେ ମାଁ ଙ୍କ ଠାରେ କାକରା ଭୋଗ ଲାଗି ହୋଇଥିଲା ଏଥିରେ ମାନସିକ କରିଥିବା ଶହ ଶହ ଭକ୍ତ ମାନେ କାକରା ଭୋଗ ଲାଗି କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ହଜାର ହଜାର ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ। ପୂଜକ ଶ୍ରୀ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ମୁଖ୍ୟପୂଜକ ଥିବା ବେଳେ ଶ୍ରୀ ସନ୍ତୋଷ ମିଶ୍ର, ଶ୍ରୀ ପ୍ରଦୀପ ରଥ, ଶ୍ରୀ କୀର୍ତ୍ତିଚନ୍ଦ୍ର ମହପାତ୍ର, ଶ୍ରୀ ସତ୍ୟପ୍ରକାଶ ପାଣିଗ୍ରାହୀ ଓ ଶ୍ରୀ ବୈଶାଖୁ ମହାପାତ୍ର ସହପୂଜକ ଭାବରେ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ଶ୍ରୀ ଲଳିତମୋହନ ଶତପଥୀ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ନଳିନୀ ଶତପଥୀ କର୍ତ୍ତା ଦାୟିତ୍ଵ ତୁଲାଉଥିବା ବେଳେ ପୂଜା କମିଟିର ସଭପତି ଶ୍ରୀ ଅଜିତ ଶତପଥୀ, ଶ୍ରୀ ପ୍ରଫୁଲ୍ଲ ମିଶ୍ର,ଶ୍ରୀ ଶ୍ୟାମଳ ଦାଶ , ଶ୍ରୀ ସରୋଜ ମିଶ୍ର, ଶ୍ରୀ ନରସିଂହ ପଟ୍ଟନାୟକ, ଶ୍ରୀ ପ୍ରିୟରଞ୍ଜନ ଭୋଇ, ଶ୍ରୀ ବିଜୟ ବହିଦାର, ଶ୍ରୀ ଆଦର୍ଶ ନାଥ, ଶ୍ରୀ ପ୍ରୀତିଶ ନାଥ, ଶ୍ରୀ ଅଜୁ ପଟ୍ଟନାୟକ, ଶ୍ରୀ ରାକେଶ ଦାଶ ଓ ଅନ୍ୟ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ତଥା ସହଯୋଗରେ ମା ଶ୍ୟାମାକାଳୀଙ୍କ ପୂଜନୋତ୍ସବ ଅନୁଷ୍ଠିତ ହେଉଅଛି।

error: Content is protected !!