ବରଗଡ-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ସମ୍ବର୍ଦ୍ଧିତ ହେଲେ ଆନ୍ତର୍ଜାତିୟ ମାଷ୍ଟର କ୍ରୀଡାବିତ ଶ୍ରୀ ସନ୍ତୋଷ କୁମାର ପଧାନ । ଗତ ୧୨ ରୁ ୧୪ ଅକ୍ଟୋବର ୨୦୨୪ ମାଲେସିଆର ରାଜଧାନୀ କୁଆଲାଲୁମ୍ପୁର ଠାରେ ଆୟୋଜିତ ହୋଇଥିବା ୩୬ ତମ ଆନ୍ତର୍ଜାତିକ ଓପନ୍ ମାଷ୍ଟର ଆଥଲେଟିକ ଚାମ୍ପିଅନସିପ୍ ରେ ଭାରତୀୟ ଆଥଲେଟିକ ମହାସଂଘ ତରଫରୁ ପ୍ରତିନିଧିତ୍ଵ କରି ଟ୍ରିପଲ ଜମ୍ପ୍ ରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଏବଂ ଶହେ ମିଟର ବାଧା ଦୌଡରେ ତିନୋଟି ରୋପ୍ୟ ପଦକ ହାସଲ କରିଛନ୍ତି l
ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ପ୍ରାୟ ପନ୍ଦର ଶହରୁ ଦୁଇ ହଜାର ପୁରୁଷ ଓ ମହିଳା ଆଥଲେଟ ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ସନ୍ତୋଷ କୁମାର ପଧାନ ଏବଂ ମହିଳା ବର୍ଗରେ ରେଖା ଦେ ଅଂଶ ଗ୍ରହଣ କରି ଉଭୟେ ପଦକ ହାସଲ କରି ଦେଶ, ରାଜ୍ୟ,ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ପ୍ରକାଶ ଥାଉକି ଯେ ପଧାନ ପୂର୍ବରୁ ଶ୍ରୀଲଙ୍କା, ଥାଇଲାଣ୍ଡ, ସିଙ୍ଗାପୁର, ନେପାଲ, ବାଂଲାଦେଶ, ଭୁଟାନ୍, ମାଲେସିଆ ପ୍ରଭୁତି ଦେଶ ଗୁଡିକରେ ନିଜର ବ୍ୟକ୍ତିଗତ ଇଭେଣ୍ଟ ରେ ବହୁ ଗୁଡ଼ାଏ ପଦକ ହାସଲ କରିଛନ୍ତି l
କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ, ରାଷ୍ଟ୍ର ପ୍ରେରଣା ଆୱାର୍ଡ, ନେତାଜୀ ସୁଭାଷ ବୋଷ ଆଇକନ୍ ଆୱାର୍ଡ, ବଙ୍ଗ ଗୌରବ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଛନ୍ତି l ମାଲେସିଆରୁ ଫେରିବା ପରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରୀ ପଧାନ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l କ୍ରୀଡାବିତ ସନ୍ତୋଷ କୁମାର ପଧାନଙ୍କ ବିଶ୍ୱର ଏହି ଦୀର୍ଘତମ ଖେଳରେ ତାଙ୍କର ବୟସ ବର୍ଗରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଶ୍ରୀ ପଧାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l
ଆଗକୁ ଥିବା ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ମାଷ୍ଟର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଚୟନ ହୋଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ସୁବିଧା, ସହଯୋଗ, ଓ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ଦେଶ ଓ ରାଜ୍ୟ ପାଇଁ ଆହୁରି ଅନେକ ସଫଳତା ହାସଲ କରନ୍ତୁ ବୋଲି ଆଶୀର୍ବାଦ ପ୍ରଦାନ କରିଛିନ୍ତି l ଶ୍ରୀ ପଧାନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ପ୍ରଥମ ଥର ପାଇଁ ସମ୍ବର୍ଦ୍ଧିତ ହୋଇଥିବାରୁ ଲୋକଙ୍କ ସରକାର ତଥା ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋ ପାଇଁ ଗର୍ବର ବିଷୟ ବୋଲି ଜଣାଇଛନ୍ତି ।