Saturday, April 19, 2025
spot_imgspot_imgspot_img
Homeରାଜ୍ୟବ୍ଲକସ୍ତରୀୟ ବିଜ୍ଞାନମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ବ୍ଲକସ୍ତରୀୟ ବିଜ୍ଞାନମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପଦ୍ମପୁର – ରାଜବୋଡ଼ାସମ୍ବର୍ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଏ ବି ଇ ଓ ଶ୍ରୀ ଶିବ ପ୍ରସାଦ ଯୋଶୀ, ଶ୍ରୀ ରାମସିଂ ଭୋଇ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଜମରତଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରାଜେଶ ଖମାରୀ ଓ ଜମଲା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା ମଞ୍ଚାସୀନ ଥିଲେ।

ଶ୍ରୀ ଗଣେଶ ଓ ମା ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସମସ୍ତ ସ୍କୁଲରୁ ପ୍ରତିନିଧିତ୍ଵ କରିଥିବା ଶିକ୍ଷକ ମାନଙ୍କ ସହ ଆଲୋଚନା ଟାଲ ନୋଡାଲ ୟୁ.ଜି.ୟୁ.ପି ସ୍କୁଲଠାରେ ଆସନ୍ତା ନଭେମ୍ବର ୧୩ ତାରିଖରେ କରାଯିବା ପାଇଁ ସ୍ଥିର କରାଗଲା।

ଏହି ସଭାରେ ବିଜ୍ଞାନମେଳାର ସୁପରିଚାଳନା ନିମନ୍ତେ ବିଭିନ୍ନ କମିଟି ଗଠନ କରାଗଲା। ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ଶତପଥୀ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିବା ବେଳେ ଶ୍ରୀ ପ୍ରମୋଦ ନାଥ, ଶ୍ରୀ ଅଭିଳାଷ ସାହୁ, ଶ୍ରୀ ଜଗବନ୍ଧୁ ବାବୁ, ଶ୍ରୀ ଟିକନୁ ସାହୁ ଓ ଶ୍ରୀ ସୁଶାନ୍ତ ଯୋଶୀ ସହଯୋଗ କରିଥିଲେ।ପରିଶେଷ ରେ ଶ୍ରୀ ରାମସିଂ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!