Sunday, November 24, 2024
spot_imgspot_imgspot_img
Homeରାଜ୍ୟବରପାଲି ଅଞ୍ଚଳର ସିଓଟିପିଏ ନିୟମ ଖିଲାପକାରୀଙ୍କ ଉପରେ ଚଢାଉ ।

ବରପାଲି ଅଞ୍ଚଳର ସିଓଟିପିଏ ନିୟମ ଖିଲାପକାରୀଙ୍କ ଉପରେ ଚଢାଉ ।

ବରପାଲି-ବରପାଲି ଅଞ୍ଚଳରେ ପୋଲିସ ବାହିନୀ ସହାୟତାରେ ସ୍ବାସ୍ଥ୍ଯ ଓ ଅବକାରୀ ବିଭାଗର ଅତର୍କିତ ଚଢାଉ ହୋଇଯାଇଛି। ଶୁକ୍ରବାର ପୁର୍ବାହ୍ନରେ ଅଞ୍ଚଳର ଗ୍ରାମାଞ୍ଚଳ ମାନଙ୍କରେ ଚଢାଉ କାର୍ଯ୍ଯକୁ ବଳବତ୍ତର ରଖାଯାଇଥିଲା।ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ,ସ୍ଥାନୀୟ ପୋଲିସ ବାହିନୀ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଏକ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇଥିଲା।

ସିଓଟିପିଏ ନିୟମକୁ ଭଙ୍ଗ କରୁଥିବା ଅସାଧୁ ବେପାରୀ ତଥା ସର୍ବସାଧାରଣ ସ୍ଥାନ ମାନଙ୍କରେ ତମାଖୁ ଉତ୍ପାଦିତ ନିଶାଦ୍ରବ୍ଯ ବିକ୍ରି କରୁଥିବା ପ୍ରାୟ ୪୩ ଜଣ ସିଓଟିପିଏ ନିୟମ ଖିଲାପକାରୀ ଧରାପଡିଥିଲେ। ଏହି ଅବସରରେ ସେମାନଙ୍କ ନିକଟରୁ ସମୁଦାୟ ଟ.୮,୭୦୦/ – ଜରିମାନା ସଂଗ୍ରହ କରାଯାଇଥିଲା। ପରେ ଉପସ୍ଥିତ ଜନସାଧରଣଙ୍କୁ ନିୟମ ଖିଲାପକାରୀଙ୍କ କାର୍ଯ୍ଯକଳାପକୁ ନେଇ ହୋଇଥିବା ଅର୍ଥଦଣ୍ତ ବିଷୟ ଉପରେ ସଚେତନ କରାଯାଇଥିଲା।

ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡରେ ସ୍ୱାସ୍ଥ୍ୟ ବିଭାଗରୁ ଜିଲ୍ଲା ଭେଷଜ ନିରୀକ୍ଷକ ସୁନିତା ନାଗ,ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପରମେଶ୍ୱର ନାଏକ, ଶିତେଶ ତ୍ରିପାଠୀ ଜିଲ୍ଲା ପରମର୍ଶଦାତା, ଅବକାରୀ ବିଭାଗରୁ ସ୍ବପ୍ନା ରାନୀ ଟେଟେ, ଏସ.ଆଇ.ଓ ଟିମ ଏବଂ ପୋଲିସ ବିଭାଗରୁ ଏସ.ଆଇ. ବିମଲ ଲାକ୍ରା,ଏ ଏସ ଆଇ ନବକିଶୋର ନାଏକ ଓ ଅନ୍ୟାନ୍ୟ ପୋଲିସ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

error: Content is protected !!