Saturday, November 23, 2024
spot_imgspot_imgspot_img
Homeରାଜ୍ୟନାବାଳିକା ଗଣଦୁଷ୍କର୍ମ ଘଟଣା : ପିଡିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଙ୍କ ଇସ୍ତଫା ଦାବୀ ।

ନାବାଳିକା ଗଣଦୁଷ୍କର୍ମ ଘଟଣା : ପିଡିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଙ୍କ ଇସ୍ତଫା ଦାବୀ ।

କୁଚିଣ୍ଡା(ତପନ ଦାଶ)-ଗତ ୧୫ ତାରିଖ ଦିନ ଜଣେ ନାବାଳିକା ଯୁବତୀକୁ ଅପହରଣ ଓ ଗଣ ଦୁଷ୍କର୍ମ ଘଟଣାକୁ ନିନ୍ଦା କରି ଆଜି କୁଚିଣ୍ଡା କଂଗ୍ରେସ ଦଳ ତରଫରୁ ପିଡିତାକୁ ନ୍ୟାୟ ଓ ଦୋଷୀକୁ କଠୋର ଦଣ୍ଡ ସହିତ ଘଟଣାରେ ମନ୍ତ୍ରୀଙ୍କ ଲୋକ ସାମିଲ ଥିବାରୁ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି ।

ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ବିଧାନସଭା କୋର କମିଟିର ଅଧ୍ୟକ୍ଷ ଖତୁନାଥ ପିଙ୍ଗଙ୍କ ନେତୃତ୍ୱରେ ଅଖିଳ ପ୍ରତାପ ସିଂ , ସଂଜିତ ଶର୍ମା , କେଦାର ବରିହା , ଦିଲ୍ଲୀପ ପଟେଲ , ଶରତ ନାଏକ , ଶୁସମା ସେନାପତି , ଫାତିମା କିଣ୍ଡୋ , ବନିତା ବାଗ , ଆଶିଶ ପ୍ତାପ ସିଂ , ବିମଲା ମହାନନ୍ଦ , ବିଷ୍ଣୁ ସାହୁ , ସଫିକ ଖାନ , ସନ୍ତୋଷ ଧୁରୁଆ ଙ୍କ ସମେତ ଅନେକ କଂଗ୍ରେସ କର୍ମୀ ବିଶାଳ ରାଲିରେ ଆସି ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେହିପରି ଅନସୁଚିତ ଜାତି ଓ ଜନଜାତି ବିକାଶ ପରିଷଦ ପକ୍ଷରୁ ସଭାପତି ଗଜେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଏକ ଦଳ ଆସି ପିଡିତାକୁ ନ୍ୟାୟ ,ଭରଣପୋଷଣ , ପାଠପଢା ଆଦି ବହନ କରିବା ସହିତ ଦୋଷୀକୁ କଠୋର ଦଣ୍ଡ ଦେବାପାଇଁ ଉପଜିଲ୍ଲାପାଳଙ୍କୁ ଦାବୀ ଜଣାଇଛନ୍ତି । ଏଥିରେ ମନୋରଞନ ଭୋଇ , ଲିଙ୍ଗରାଜ ବାଗ , ଭିକାରୀ ଚରଣ ନାଏକ , ପ୍ରମୋଦ ରୋହିଦାସ , ଦୁଖମନି ଜରଡିଆ , ସଞୟ ମହାନନ୍ଦ , ଚନ୍ଦ୍ରମଣି ମାଝୀ ପ୍ରମୁଖ ସାମିଲ ହୋଇଥିଲେ ।

error: Content is protected !!