ବରପାଲି-ବରପାଲି ବାଟ ଦେଇ ଯାଉଥିବା ସୋହେଲା ସୋନପୁର ଜାତିୟ ରାଜପଥର ତ୍ୱରାନ୍ୱିତ କାର୍ଯ୍ଯ ସମ୍ପର୍କରେ ବିଜେପୁର ବିଧାୟକ ସନତ ଗଡତିୟା ବିଭାଗିୟ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା ହୋଇଯାଇଛି। ସମ୍ୱଲପୁର ଜାତିୟ ରାଜପଥ ପ୍ରକଳ୍ପ ନିଦେର୍ଦେଶକଙ୍କ କାର୍ଯ୍ଯାଳୟରେ ବିଧାୟକ ସନତ କୁମାର ଗଡତିୟା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ବର ଶତପଥି ରାଜପଥର ରୂପରେଖା ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଭାରତମାଲା ସମ୍ପୃକ୍ତିକରଣକୁ ନେଇ ବୈଠକ ହୋଇଥିଲା। ସୂଚନାନୁଯାୟୀ ବର୍ତ୍ତମାନ ରାସ୍ତାର ପ୍ରଶସ୍ତିକରଣ ନିର୍ମାଣ କାମ ଯୋରଶୋରରେ ଆଗେଇ ଚାଲିଥିବା ଦେଖାଯାଉଛି।