କୁଚିଣ୍ଡା(ତପନ ଦାଶ)- କୁଚିଣ୍ଡା ପଞ୍ଚମୁଖୀ ଛକ ଠାରେ କରମା ପୂଜା ଚାଲିଥିବା ବେଳେ ଜଣେ ନାବାଳିକା ଯୁବତୀଙ୍କୁ ଅପହରଣ ଓ ଅସଦାଚରଣ ଉଦ୍ୟମ ହଇଥିବା ନେଇ କୁଚିଣ୍ଡା ଥାନାରେ ପୀଡିତାଙ୍କ ପକ୍ଷରୁ ଗତ ୧୫ ତାରିଖ ଦିନ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରବା ସହ ଘଟଣା ରେ ବ୍ୟବହୃତ ହୋଇଥିବା ଏକ କାର ସହ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଗତକାଲି ପୀଡିତା ସମ୍ବଲପୁର ଏସପି ଙ୍କ ଦ୍ୱାରସ୍ତ ହୋଇ ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ଏବଂ ଘଟଣା ସମ୍ପର୍କ ରେ ମୁହଁ ଖୋଲିଲେ ଜୀବନ ରେ ମାରିଦେବା ନେଇ ମନ୍ତ୍ରୀ ରବିନାରାୟଣ ନାଏକ ଙ୍କ ପାଖ ଲୋକ ଧମକ ଦେଇଥିବା ନେଇ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ କୁଚିଣ୍ଡା ବିଜେଡି ପକ୍ଷରୁ ଘଟଣା ର ତୀବ୍ର ବିରୋଧ କରାଯାଉଥିବା ବେଳେ ଗଣଦୁଷ୍କର୍ମ ରେ ଜଣେ ମନ୍ତ୍ରୀ ଙ୍କ ପାଖ ଲୋକ ର ସମ୍ପୃକ୍ତି ରହିଥିବା ଓ ତାଙ୍କୁ ଗିରଫ କରାଯାଇ ନଥିବା ନେଇ ଉପଜିଲ୍ଲାପାଳ ଓ ଏସଡିପିଓ ଙ୍କ କାର୍ଯ୍ୟାଳୟ ଘେରି ବିକ୍ଷୋଭ ପ୍ରଦର୍ଶନ କରି ମନ୍ତ୍ରୀ ରବିନାରାୟଣ ନାଏକ ଙ୍କ ଇସ୍ତଫା ଦାବି କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ବିଜେଡି। ସୂଚନା ମୁତାବକ ଗତ ୧୫ ତାରିଖ କୁଚିଣ୍ଡା ପଞ୍ଚମୁଖୀ ଛକ ଠାରେ କରମା ପୂଜା ଅନୁଷ୍ଠିତ ହୋଇଥିଲା।
ସେଠାରୁ ଜଣେ ନାବାଳିକା କୁ ୩ ଜଣ ଯୁବକ ଅପହରଣ କରି ନେଇ ଅସଦାଚରଣ କରିଥିବା ନେଇ ପ୍ରଥମେ ପୀଡିତା ପକ୍ଷରୁ କୁଚିଣ୍ଡା ଥାନା ରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଗତକାଲି ପୀଡିତା ସମ୍ବଲପୁର ଏସପି ଙ୍କ ଆଗରେ ଚାଞ୍ଚଲ୍ୟ କର ବୟାନ ଦେଇଥିଲେ.। ପୀଡ଼ିତାଙ୍କୁ ଅପହରଣ କରି ମୃଦୁ ପାନୀୟରେ ନିଶା ମିଶାଇ ପିଆଇବା ସହ ଗଣ ଦୁଷ୍କର୍ମ କର କରାଯାଇଥିବା ନେଇ ବୟାନ ଦେଇଥିଲେ.।
ଏଥି ସହ ତାଙ୍କୁ ମାଡପିଟ କରିବା ସହ ଘଟଣା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିଲା। ଚାପ ର ବଶବର୍ତ୍ତୀ ହେଇ ପୀଡିତା ମିଛ ବୟାନ ଦେଇଥିବା କହୁଥିବା ବେଳେ ପରବର୍ତ୍ତୀ ମୁହୂର୍ତ ରେ ବୟାନ ପରିବର୍ତ୍ତନ କରିଥିଲେ। ଅନ୍ୟ ପଟେ ଏଥିରେ ପାଞ୍ଚ ଜଣ ସାମିଲ ରହିଥିବା ବେଳେ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଜଣେ ପାଖ ଲୋକଙ୍କ ସମ୍ପୃକ୍ତି ଥିବା ମଧ୍ୟ ପୀଡିତା କହିଥିଲେ। ପୀଡିତାଙ୍କ ବୟାନ ପରିବର୍ତ୍ତନ ପରେ ବିଜେଡି ଦୋଷୀକୁ ଦଣ୍ଡ ଓ ପୀଡ଼ିତାକୁ ନ୍ୟାୟ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି।
ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକ ଙ୍କ ନେତୃତ୍ୱ ରେ ଜିଲ୍ଲା ପରିଷଦ ସଭାନେତ୍ରୀ କୁମୁଦିନୀ ନାଏକ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, କୃଷ୍ଣ ଟପ୍ପୋ, କୁଚିଣ୍ଡା ନଗର ସଭାପତି ନବୀନ ହୋତା, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ବେହେରା , ଗଗନ ଶର୍ମା, ଗଜେନ୍ଦ୍ର ଭୋଇ, ଗଣେଶ ଅଗ୍ରୱାଲ ଟୁନା ସାମଲ, ପ୍ରଶାନ୍ତ ସାହୁ, ସମେତ ବହୁ ମହିଳା ପୁରୁଷ କର୍ମୀ ଉପସ୍ଥିତ ଥିଲେ।