Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ଳକ ସ୍ତରିୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ ।

ବ୍ଳକ ସ୍ତରିୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ ।

ବରପାଲି-ବରପାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଗଙ୍ଗାଧର ୟୁଜିୟୁପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନରେ ଉଦଯାପନୀ ଉତ୍ସବ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହାରାଙ୍କ ଅଧ୍ଯକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ବିଭାଗିୟ ସହକାରୀ ଶିକ୍ଷକ ସୋହନ ପଧାନଙ୍କ ସଂଯୋଜନାରେ ସଂଚାଳିତ ଉଦଯାପନୀ ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବରେ ଜନକ ସେଠ ଜିଲ୍ଲା ଶିକ୍ଷା ଓ ଶିକ୍ଷଣିୟ ପ୍ରତିଷ୍ଠାନ ପ୍ରଶିକ୍ଷକ,ବରୁଣ କୁମ୍ଭାକାର ଓ ସହକାରୀ ଶିକ୍ଷାଧିକାରୀ ଦୁର୍ଯୋଧନ ସିଂ,ରତ୍ନକୁମାର ଭୋଏ ପ୍ରମୁଖ ଯୋଗ ଦେଇଥିଲେ।

ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ ସହ ଶିକ୍ଷା ଓ ସଂସ୍କୃତି ମୂଳକ ପ୍ରଯୁର୍ଯ୍ଯ ସମ୍ପର୍କିତ ବିଷୟକୁ ନେଇ ଆଲୋଚନା କରିଥିଲେ। ସେହିପରି ପୁର୍ବାହ୍ନରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର ଏବଂ ସ୍ବତନ୍ର୍ତ ନିମନ୍ର୍ତିତ ଅତିଥି ତହସିଲଦାର ଋକ୍ବଣ ମେହେର ଯୋଗ ଦେଇ ଉତ୍ସବର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦୁର୍ଯ୍ଯୋଧନ ସିଂ ଯୋଗଦେଇ ଛାତ୍ରଛାତ୍ରି ମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲେ।

ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହାରାଙ୍କ ଅଧ୍ଯକ୍ଷତାରେ ପରିଚାଳିତ କାର୍ଯ୍ଯକ୍ରମକୁ ବିଭାଗିୟ ସହକାରୀ ଶିକ୍ଷକ ସୋହନ ପଧାନଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା । ଉଦଘାଟନୀ ପର୍ବ ସମାପନ ପରେ ୧୪ଟି କ୍ଲଷ୍ଟରରୁ ପହଞ୍ଚିଥିବା ଶିକ୍ଷାର୍ଥୀ ମାନଙ୍କୁ ନେଇ କୁଇଜ୍, ବକ୍ତୃତା, ବିତର୍କ, ସଙ୍ଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର ଓ ଶ୍ରୁତଲିଖନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ମାନ ଆରମ୍ଭ ହୋଇଥିଲା।

ଆୟୋଜିତ ପ୍ରତିଯୋଗୀତା ମାନଙ୍କରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୩୫ଜଣ ଛାତ୍ରଛାତ୍ରୀ ଆଗାମି ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ସିଧାସଳଖ ସୁଯୋଗ ପାଇବାକୁ ଧାର୍ଯ୍ଯ ହୋଇଥିଲା କାର୍ଯ୍ୟକ୍ରମରେ ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ କରିଥିଲେ ସିଆରସିସି ସଞ୍ଜୟ ସାହୁ,ଅଶୋକ ପଣ୍ତା,ସମିର ପାଣିଗ୍ରାହୀ,ଶ୍ରୀନିବାସ ପଧାନ, ମିଥୁନ ସାହୁ, କ୍ଷେତ୍ର ମେହେର, ଉତ୍ତମ ଦେହୁରୀ, ବିନୟ ଭୋଇ, ରବିନାରାୟଣ ମହାପାତ୍ର,ଅଶୋକ ସାହୁ,ରାଜେନ୍ଦ୍ର ମେହେର,ନିମାଇଁ ଚରଣ ଦାସ,ସୁଦାମ ମେହେର, ଲୁପାଞ୍ଚନ ବାରିକ, ମୁକୁନ୍ଦ ମେହେର ପ୍ରମୁଖ ସହାୟତା କରିଥିଲେ।

error: Content is protected !!