Saturday, March 7, 2026
Homeରାଜ୍ୟକଣ୍ଟାବାଞ୍ଜି ଡାକ୍ତରଖାନାରେ ପାଣି ଟୋପାଏ ପାଇଲେନି ସ୍ବାସ୍ଥ୍ୟ ମନ୍ତ୍ରୀ !

କଣ୍ଟାବାଞ୍ଜି ଡାକ୍ତରଖାନାରେ ପାଣି ଟୋପାଏ ପାଇଲେନି ସ୍ବାସ୍ଥ୍ୟ ମନ୍ତ୍ରୀ !

କଣ୍ଟାବାଞ୍ଜି- ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମାହାଳିଙ୍ଗ ଶନିବାର ଦିନିକିଆ କଣ୍ଟାବାଞ୍ଜି ଗସ୍ତରେ ଆସିଥିବା ବେଳେ କଣ୍ଟାବାଞ୍ଜି ଡାକ୍ତରଖାନ ପରିଦର୍ଶନ କରି ରୋଗୀଙ୍କ ଠାରୁ ସମସ୍ୟା ପଚାରିବୁ ବୁଝିଥିଲେ। ପରେ କଣ୍ଟାବାଞ୍ଜି ଡାକ୍ତରଖାନ କନଫରେନ୍ସ ହଲରେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ସେଠାରେ ମେଡିକାଲ ଅଫିସ ଗୃହରେ ଶୌଚାଳୟକୁ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମାହାଳିଙ୍ଗ ବ୍ୟବହାର କରିଥିଲେ ହେଲେ ସେଠାରେ ହାତ ସଫା କରିବାକୁ ପାଣି ବୁନ୍ଦା ମଧ୍ଯ ପାଇଲେ ନାହିଁ। ସେଥିପାଇଁ ଅତିରିକ୍ତ ଜିଲ୍ଲା ଚିକିତ୍ସିଆ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ ଓ ମେଡିକାଲ ଅଫିସର ରାକେଶ ପଣ୍ଡିତଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମାହାଳିଙ୍ଗ ତାଗିଦ କରିଥିଲେ।

ଏଭଲି ଘଟଣାରୁ ଜଣାପଡୁଛି କଣ୍ଟାବାଞ୍ଜି ଡାକ୍ତରଖାନ ଅବସ୍ଥା କେମିତି ରହିଛି ବୋଲି ମନ୍ତ୍ରୀ କହିଥିଲେ। ସତରେ ଦେଖିବାକୁ ଗଲେ କର୍ମଚାରୀଙ୍କ ନିଜସ୍ବ କାର୍ଯ୍ୟଲୟରେ ଏଭଲି ଅବ୍ୟବସ୍ଥା ରହିଛି ତେବେ ସାଧାରଣ ରୋଗୀଙ୍କ କଣ ହେଉଥିବ ଏଥିରୁ ଜଣା ପଡୁଛି।

error: Content is protected !!