Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସମ୍ବାଦ ସାହିତ୍ୟଘର ପଦ୍ମପୁର ଶାଖାର ସ୍ଵତନ୍ତ୍ର ବୈଠକ ।

ସମ୍ବାଦ ସାହିତ୍ୟଘର ପଦ୍ମପୁର ଶାଖାର ସ୍ଵତନ୍ତ୍ର ବୈଠକ ।

ପଦ୍ମପୁର – ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସମ୍ବାଦ ସାହିତ୍ୟଘର ପଦ୍ମପୁର ଶାଖାର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶେଷଦେବ ମେହେରଙ୍କ ଆବାହନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଡ ଶ୍ରୀ ପ୍ରମୋଦ ପାଢ଼ୀ, ଶ୍ରୀ ଜିତେନ୍ଦ୍ରିୟ ଗୁରୁ, ଶ୍ରୀ ଅଶୋକ ବହିଦାର, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ନିରୋଜ ଦୋରା, ଶ୍ରୀ ସନ୍ତୋଷ ମହାନ୍ତି, ଶ୍ରୀ ରାଜେନ୍ଦ୍ର ମହାନ୍ତି, ଶ୍ରୀ ପ୍ରମୋଦ ନାଥ, ଶ୍ରୀ ସଂଜୀବ ବହିଦାର, ଶ୍ରୀ ସନ୍ତୋଷ ସିଂ ଠାକୁର, ଶ୍ରୀ କିଶୋର ପାତ୍ର, ଶ୍ରୀ ଚୂଳ ସୁନ୍ଦର ମେହେର, ଶ୍ରୀ ଟେନେସ ପଣ୍ଡା,ଶ୍ରୀ ମୋହନ ବନଛୋର୍, ଶ୍ରୀ କୁଞ୍ଜବିହାରୀ ସରାଫଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ପ୍ରଥମେ ସାହିତ୍ୟ ଘରର ପ୍ରଥମ ସଭାପତି ଦିବଂଗତ ମାନଭଞ୍ଜନ ପ୍ରଧାନ ଓ ଏଡଭୋକେଟ୍ ସୁବାସ ଯୋଶୀଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ନୂତନ କମିଟି ଗଠନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଲୋଚନା ହୋଇ ଥିଲା ଓ ଆସନ୍ତା ଶନିବାର ସନ୍ଧ୍ୟା ଛଅ ଘଣ୍ଟା ସମୟରେ କମିଟି ପୁନର୍ଗଠନ ହେବ ବୋଲି ଡ ପାଢ଼ୀ ମତବ୍ୟକ୍ତ କରିଥିଲେ। ପରିଶେଷରେ ଶ୍ରୀ ପ୍ରୀତିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!