Sunday, November 24, 2024
spot_imgspot_imgspot_img
Homeଅଘଟଣଧାମନଡ଼ଙ୍ଗାରେ ଜମିବାଡି ବିବାଦକୁ ଗଣ୍ଡଗୋଳ।

ଧାମନଡ଼ଙ୍ଗାରେ ଜମିବାଡି ବିବାଦକୁ ଗଣ୍ଡଗୋଳ।

ବାପା, ପୁଅ ସହ ବିବାହିତ ଝିଅ ଙ୍କୁ ମରଣନ୍ତକ ଆକ୍ରମଣ।

କଣ୍ଟାବାଞ୍ଜି – କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡ଼ଙ୍ଗା ରେ ଜମି ବାଡି ବିବାଦ କୁ ଗଣ୍ଡଗୋଳ ହୋଇଥିବା ବେଳେ ବାପା ପୁଅ ସହ ବିବାହିତ ଝିଅ ଙ୍କୁ ମରଣନ୍ତକ ଆକ୍ରମଣ କରାଯାଇଛି। ସୂଚନା ଅନୁସାର ରେ ଧାମନଡ଼ଙ୍ଗ ଗାଁ ଟିକେଶ୍ବର ରଣା ଙ୍କ ସମ୍ପକୀୟ କାକା ସୋକନାଥ ରଣା ମଧ୍ଯ ରେ ଦିର୍ଘ ୪ ବର୍ଷ ହେଲା ଉଭୟ ପରିବାର ମଧ୍ଯ ଜମି ବାଡି ବିବାଦ ଲାଗି ରହିଥିଲା।

ସେହି ଘଟଣା କେନ୍ଦ୍ର କରି ସୋମବାର ରାତି ପ୍ରାୟ ୯ ସମୟରେ ଟିକେଶ୍ବର ରଣା ଙ୍କ ପୁଅ ଶରତ ରଣା କୁ ସୋକନାଥ ରଣା, ତାଙ୍କ ପୁଅ କୁନୁ ରଣା, ଶିବ ରଣା, ଟାଙ୍ଗି, ଖଣ୍ଡା ସହ ବିଭିନ୍ନ ଅସ୍ତ୍ର ରେ ଆକ୍ରମଣ କରିଥିଲେ। ଶରତ କୁ ଆକ୍ରମଣ କରୁଥିବା ଦେଖି ଛଡାଇବାକୁ ଆସିଥିବା ବେଳେ ଟିକେଶ୍ବର ରଣା, ଶେଷଧର ରଣା, ଦନୀ ରଣା ମଧ୍ଯ ମରଣାନ୍ତକ ଆକ୍ରମଣ ଶିକାର ହୋଇଛନ୍ତି।

ରକ୍ତାତିସାର ଅବସ୍ଥା ପରିବାର ରେ ଉଦ୍ଧାର ପରିବାର ଲୋକେ ୪ ଜଣ ଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନ କୁ ଆଣିଥିବା ବେଳେ ଟିକେଶ୍ବର, ଶରତ, ଶେଷଧର ଙ୍କ ଶରୀର ରେ ଗଭୀର ଆଘାତ ଲାଗିଥିବା ବେଳେ ଦନୀ ରଣା ଗୁରୁତର ହୋଇ ଚେତାଶୁନ୍ଯ ହୋଇଯାଇଛନ୍ତି।

ଟିକେଶ୍ବର ରଣା ଙ୍କ ଝିଅ ହେଉଛନ୍ତୀ ଦନୀ ଗତ ବର୍ଷ ନୂଆପଡ଼ା ଜିଲ୍ଲା କାଣ୍ଡେତରା ଗାଁରେ ବିବାହ କରିଥିଲେ। ଭାଇ ଜିଉଁନ୍ତିଆ ପାଇଁ ବାପ ଘର କୁ ଆସିଥିବା ବେଳେ ସେ ଏହି ଗଣ୍ଡଗୋଳ ରେ ମରଣାନ୍ତକ ଆକ୍ରମଣ ଶିକାର ହୋଇଥିଲେ। ଆକ୍ରମଣ ଶିକାର ହୋଇଥିବା ଟିକେଶ୍ବର ଙ୍କ ପରିବାର କଣ୍ଟାବାଞ୍ଜି ଥାନା ଦ୍ବାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି।

error: Content is protected !!