Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଉଦଘାଟିତ ହେଲା ଶାରଦୀୟ ରଞ୍ଜିତା ରଙ୍ଗମଞ୍ଚ ।

ଉଦଘାଟିତ ହେଲା ଶାରଦୀୟ ରଞ୍ଜିତା ରଙ୍ଗମଞ୍ଚ ।

ପଦ୍ମପୁର-ପଦ୍ମପୁର ରାଜବାଟୀ ପଡ଼ିଆ ଠାରେ ଶାରଦୀୟ ରଙ୍ଗମଞ୍ଚରେ ରଞ୍ଜିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଶ୍ରୀ ପ୍ରତାପ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ପଦ୍ମପୁର ଥାନା ଅଧିକାରୀ ଶ୍ରୀମତୀ ମମତା ନାୟକ ଯୋଗ ଦେଇଥିଲେ ଓ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲେ ଓ ପରେ ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନେହା ଅରଗୁଲା ରାମଲୀଳା ନାଟ୍ୟଧାରାର ଶୁଭ ଉଦଘାଟନ କରିଥଲେ।

ସଭାରେ ଉପସଭାପତି ଶ୍ରୀ ଅଜିତ ଶତପଥୀ, ସମ୍ପାଦକ ଶ୍ରୀ ଯୁଗଳ କିଶୋର ସାହୁ, ଶ୍ରୀ ଅଚ୍ୟୁତା ନନ୍ଦ ସେଠ୍, ଶ୍ରୀ ସନ୍ତୋଷ ମହାନ୍ତି, ଶ୍ରୀ ପ୍ରମୋଦ ନାଥ, ଶ୍ରୀ ସଞ୍ଜୀବ ବହିଦାର, ଶ୍ରୀ ରାଜେନ୍ଦ୍ର ମହାନ୍ତି,ଶ୍ରୀ ରାଜେଶ ଗୁର୍ଲା , ଶ୍ରୀ ରମେଶ ଗୁର୍ଲା ଓ ଶ୍ରୀ ବିଜୟ ଦାନୀ ଉପସ୍ଥିତ ଥିଲେ। ନୃସିଂହ କଳାପରିଷଦ ବରପଦରର ଶ୍ରୀ ନିର୍ମଳ ମେହେର ଓ ସାଥୀ କଳାକାର ମାନେ କୁବେର ଦରବାର ଆରମ୍ଭ ପୂର୍ବକ ଚାରିଦିନ ଧରି ଚାଲିବାକୁ ଥିବା ରାମଲୀଳା ନାଟ୍ୟଧାରାରେ ନାଟ୍ୟାଭିନୟ କରିଥଲେ।

ପ୍ରଥମ ଦିନ କୁବେରଙ୍କୁ ଗାଦିଚ୍ୟୁତ ପୂର୍ବକ ରାବଣର ରାଜ ସିଂହାସନ ଆରୋହଣ ଅଭିନୀତ ହୋଇଥିଲା। ଦରବାରରେ କଟକରୁ ଆସିଥିବା ଷ୍ଟାରଡାନ୍ସ ଗ୍ରୁପର କଳାକାରମାନେ ଶ୍ରୀ ଋଷୀକେଶ ସାହୁ (ବାବଲୁ) ଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ। ନାଟ୍ୟଧାରାରେ କୁବେର ଭୂମିକାରେ ମହାରାଜ ଝସକେତନ ମେହେର ଓ ରାବଣ ଭୂମିକାରେ ମହାରାଜ ନିର୍ମଳ ମେହେରଙ୍କ ଅଭିନୟ କରିଥିଲେ । ପ୍ରଥମ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।

error: Content is protected !!