Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅଶୋକ କ୍ଲବ ସୁବର୍ଣ୍ଣଜୟନ୍ତୀ ଦୁର୍ଗାପୂଜା ମହୋତ୍ସବ ।

ଅଶୋକ କ୍ଲବ ସୁବର୍ଣ୍ଣଜୟନ୍ତୀ ଦୁର୍ଗାପୂଜା ମହୋତ୍ସବ ।

ବରପାଲି-ବରପାଲି ଅଶୋକ କ୍ଲବ ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୂବର୍ଣ୍ଣଜୟନ୍ତୀ ମହୋତ୍ସବ ସୂଭାରମ୍ଭ ହୋଇଯାଇଛି। ଚଳିତ ବର୍ଷ ପାର୍ବଣ ଅବସରରେ ଗୁରୁବାର ପୂଜାମଣ୍ଡପ ମାଁଙ୍କ ସମ୍ମୁଖରେ ମହାସପ୍ତମୀ ପୂଜାର୍ଚ୍ଚନା ସହ ଚଣ୍ତି ହୋମଯଜ୍ଞ ଅନୁଷ୍ଠାନ ପଣ୍ତିତ ଓ ଆଚାର୍ଯ୍ଯ ମାନଙ୍କ ଦ୍ବାରା ହୋଇଯାଇଛି।

ଗତ ବୁଧବାର ମଣ୍ତପରୁ ଏକ କଳସ ଶୋଭାଯାତ୍ରା ମହିଳା ଓ ପୁରୁଷ ଭକ୍ତ ପୂଜାକର୍ତ୍ତା ଅବନୀ ମେହେର ସପତ୍ନିକଙ୍କ ନେତୃତ୍ବରେ ଖଣ୍ଡାଧୁଆ ପଟୁଆର ବାହାରିଥିଲା। ଶୋଭାଯାତ୍ରା ସ୍ଥାନୀୟ ବଡ କେନାଲରେ ପହଞ୍ଚିଲା ପରେ ପଣ୍ତିତ ମାନଙ୍କ ଦ୍ବାରା ନିତିକାନ୍ତି ପାଳିତ ହୋଇଥିଲା। ଶୋଭାଯାତ୍ରା ପୂଜାମଣ୍ଡପରେ ପହଞ୍ଚି ମାଁଙ୍କ ସମ୍ମୁଖରେ ପଣ୍ତିତ ଓ ଆଚାର୍ଯ୍ଯ ମଣ୍ତଳି ସିଦ୍ଧି କଲାପରେ ପୂର୍ଣ୍ଣକୁମ୍ଭ ମାନ ସ୍ଥାପନ କରାଯାଇଥିଲା। ପରେ ଭକ୍ତମାନଙ୍କ ଦ୍ବାରା ଅଧିବାସ ପର୍ବ ପାଳିତ ହୋଇଥିଲା।

ପୂଜା ପଣ୍ତିତ ଭାବରେ ପୂଜକ ଶରତ ଚନ୍ଦ୍ର ମିଶ୍ର, ନିରଞ୍ଜନ ଦାଶ, ଆନନ୍ଦ ଦାଶ,ସାନନ୍ଦ ଦାଶ ପ୍ରମୁଖ ପୂଜାବିଧି ସଂଚାଲନ କରୁଥିବା ବେଳେ ପରିଚାଳନା କମିଟି ସଭାପତି କିଶୋର ଦଫାଦାର ସମେତ ସଂପାଦକ ରତ୍ନା ସାହୁ, ଉପସଭାପତି ବିଜନ ଦାଶ,ସାଂସ୍କୃତିକ ସମ୍ପାଦକ ରାଜେଶ ସାହୁ ପ୍ରମୁଖଙ୍କ ସହ ଅନ୍ଯ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ପ୍ରତିଦିନ ରାତ୍ର ସମୟରେ ଆଦିଶକ୍ତି ସାଂସ୍କୃତିକ ମହୋତ୍ସବ ଆୟୋଜିତ ହୋଇ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ପରିବେଷଣ ପର୍ବ ଧମାଧମ ଆଗେଇଚାଲିଛି। ମହୋତ୍ସବରେ ଢେଙ୍କାନାଳ ମାଁଜଗତଜନନୀ ପାଇକ ଆଖାଢା,ମାଁ ସମଲେଶ୍ବରୀ ଢୁଲିଆ ଖୁସା ବରଗଡ,ଗଗନ ବାଗଙ୍କ ଭଜନ ସଂଧ୍ଯା,ମୟୁରଭଞ୍ଜର ବଡଜାମ୍ବନୀ ଛଉନୃତ୍ଯ ପରିଷଦ ଛଉନୃତ୍ଯ,ସମ୍ବଲପୁରୀ ନୃତ୍ଯ ବୋଧନ ସଂସ୍କୃତି ଅନୁଷ୍ଠାନ ପ୍ରଭୁତି କାର୍ଯ୍ଯକ୍ରମ ମାନ ପରିବେଷିତ ହୋଇଥିଲା।

error: Content is protected !!