Wednesday, April 30, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅଷ୍ଟମ ଦିନରେ ମାଁ ଦୁର୍ଗାଙ୍କ ମହାଗୋୖରୀ ବେଶ ଦର୍ଶନ।

ଅଷ୍ଟମ ଦିନରେ ମାଁ ଦୁର୍ଗାଙ୍କ ମହାଗୋୖରୀ ବେଶ ଦର୍ଶନ।

ପଦ୍ମପୁର-ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ଅଷ୍ଟମ ଦିନରେ ମାଁ ଦୁର୍ଗା ସୁଖ ଓ ଶାନ୍ତିର ପ୍ରତିକ ମହାଗୋୖରୀ ବେଶରେ ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ପୂଜା ପାଉଛନ୍ତି । ଆଜିର ପୂଜାରେ ପ୍ରତ୍ୟେକ ଦିନର କର୍ତ୍ତା ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା ଙ୍କ ସହିତ ଆଜି ଦିନର କର୍ତ୍ତା ଭାବରେ ରଜନୀକାନ୍ତ ଦାଶ ଓ ତାଙ୍କ ଧର୍ମପତ୍ନୀ ଉର୍ମିଳା ପଣ୍ଡା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ।

ବରିଷ୍ଠ ପଣ୍ଡିତ ରଘୁନାଥ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପଣ୍ଡିତ ଗିରିଶ ଚନ୍ଦ୍ର ହୋତା,ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,ପଣ୍ଡିତ ଅଶୋକ ପଣ୍ଡା ଙ୍କ ଦୁର୍ଗା ସ୍ତୁତି ସହିତ ଘଣ୍ଟସଙ୍ଖ ବାଦ୍ୟ ରେ ପାର୍ଶ୍ୱଦେବତାଙ୍କୁ ଆବାହନ ସହ ଶୋଡଶ ପୂଜା ଉପଚାର ରେ ପୂଜାକାର୍ଯ୍ୟ ସମ୍ପାଦନ ହୋଇଥିଲା ।

ବନ ଦୁର୍ଗା ମନ୍ଦିର ପୂଜାରୀ ପ୍ରଶାନ୍ତ କୁମାର ପଣ୍ଡା,ସଭାପତି ଡ଼.ପ୍ରଭାତ ନାରାୟଣ ତ୍ରିପାଠୀ,ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ,କୋଷାଧ୍ୟକ୍ଷ ଅନିଲ କୁମାର ବେହେରା,ଶୁଶାନ୍ତ ପଧାନ ପୂଜା କାର୍ଯ୍ୟ କୁ ସହଯୋଗ କରିଥିଲେ ।

error: Content is protected !!